ଓଡ଼ିଶାରେ ହୋଲି ପାଳିବେ ତେଜସ୍ୱୀ ପ୍ରକାଶ*

0

ଭୁବନେଶ୍ୱର :ହୋଲି ସେଲିବ୍ରେସନ ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ । ଦମଦାର ହେବ ପ୍ରି-ହୋଲି ସେଲିବ୍ରେସନ, ସେଥିପାଇଁ ପହଁଚିଛନ୍ତି ବିଗ ବସ୍ ୧୫ ବିଜୟିନୀ । ବସନ୍ତର ପ୍ରାରମ୍ଭରେ ଉଡିବ ଅବୀର । ସମ୍ପର୍କରେ ଲାଗିବ ପ୍ରେମର ରଙ୍ଗ । ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ରଙ୍ଗର ଖେଳରେ ମସଗୁଲ ହୁଅନ୍ତି । ଆଉ ଏଥର ହୋଲିରେ ରଙ୍ଗ ଖେଳିବେ ବିଗବସ୍ ବିଜେତା ତଥା ଲୋକପ୍ରିୟ ହିନ୍ଦୀ ସିରିୟଲ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ।

ସୋମବାର ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଥିଲେ ବିଗ୍ ବସ୍ ୧୫ ବିଜେତା ତଥା ନାଗିନ ରେ ମୁଖ୍ୟ ନାୟିକା ତେଜସ୍ୱୀ ପ୍ରକାଶ । ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ଥିବା ବାଇକ୍ ସ୍ପଲାସ ଓ୍ବାଟର ପାର୍କରେ ଆୟୋଜିତ ହେବାକୁ ଥିବା ହୋଲି ସେଲିବ୍ରେସନ କାର୍ଯ୍ୟକ୍ରମ ରେ ଯୋଗ ଦେବେ । ମୁଖ୍ୟ ଆକର୍ଷଣ ରହିବେ ତେଜସ୍ୱୀ ।

ଏହି କାର୍ଯ୍ୟକ୍ରମ ୨ଦିନ ଧରି ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ଓଡ଼ିଶା ର ନମ୍ବର ଏକ ବ୍ଲୁ ସ୍ପ୍ଲାସ୍ ୱାଟରପାର୍କ କ୍ୟାମ୍ପସରେ ଚାଲିବ | ଏଥିରେ ବଲିଉଡ କଳାକାର ତଥା ବିଗ୍ ବସ୍ ବିଜେତା ତେଜସ୍ୱୀ ପ୍ରକାଶ, ଏଲଏସଡି ଗାର୍ଲସ ବ୍ୟାଣ୍ଡ, ଡିଜେ ଏବଂ ଓଲିଉଡ୍ କଳାକାର ମାନେ ମଧ୍ୟ ରହିବେ, ଯେଉଁମାନଙ୍କ ମଧ୍ୟରେ ପ୍ରିୟା ଚୌଧୁରୀ, ସୁପ୍ରିୟା ନାୟକ, ସସ୍ମିତା ପଣ୍ଡା, ମନସ୍ୱିନୀ, କୁକିଜ୍ ସ୍ୱାଇଁ ଙ୍କ ବ୍ୟତୀତ ଗୁଡୁ, ଅଭିଜିତ୍ ଦାଶ ଓ ଅନ୍ୟମାନେ ମଧ୍ୟ ସାମିଲ୍ ହେବେ | ଗତ ବର୍ଷ ବିଗ ବସ୍ ୧୫ ଟାଇଟଲ ଜିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି ତେଜସ୍ବୀ । ଏବେ ସେ ନାଗିନ ରେ ମୁଖ୍ୟ ଅଭିନୟ କରୁଥିବା ବେଳେ ଧାରାବାହିକଟି ଲୋକପ୍ରିୟତା ପାଇଛି । ତେବେ ତେଜସ୍ୱୀ ଓଡିଶା ଆସିଥିବାବେଳେ ଦର୍ଶକ ଉତ୍ସାହିତ ଅଛନ୍ତି ।

କାର୍ଯ୍ୟକ୍ରମକୁ ଆୟୋଜନ କରୁଛନ୍ତି ‘ଗ୍ଲାମର୍ 77’ର ସଞ୍ଜୟ ମହାକୁଡ଼, ହେଲ୍ପ ହ୍ୟାଣ୍ଡସ ଫାଉଣ୍ଡେସନର ରୁଦ୍ର ନାରାୟଣ ବେହେରା ଓ ମିଡିଆ ପ୍ଲାନର୍ ର ପ୍ରଣୟ ଜେଠୀ । ସମ୍ପର୍କର ହୋଲିରେ, ପ୍ରାକୃତିକ ରଙ୍ଗର ପସରା । ତା ସହିତ ନାଚଗୀତ ବେଶ ଜମିବ ବୋଲି ଆୟୋଜକ ହେଲପ୍‌ ହ୍ୟାଣ୍ଡସ୍  ଆଶାବାଦୀ ଅଛି 

Leave A Reply

Your email address will not be published.