ଓଡ଼ିଶା ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

0

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶା ରାଜନୀତିରେ ଏବେ ଧସେଇ ପଶିବା ଆରମ୍ଭ କରିଛି ବିଆରଏସ । ଏହାରି ଭିତରେ ଭାରତ ରାଷ୍ଟ୍ର ସମିତିର ପ୍ରଚାର-ପ୍ରସାର ପାଇଁ ଓଡ଼ିଶା ଆସିବେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ଆସନ୍ତା ଫେବୃଆରୀ ମାସରେ ବିଆରଏସ ମୁଖ୍ୟ ଓଡ଼ିଶା ଆସିବେ ବୋଲି କହିଛନ୍ତି, ଦଳରେ ସାମିଲ ହୋଇଥିବା ଶିଶିର ଗମାଙ୍ଗ । ଆସନ୍ତା ଫେବୃୟାରୀ ମାସରେ ଏକ ବଡ଼ କାର୍ୟ୍ୟକ୍ରମ ଥିବା ବିଆରଏସ ନେତା ସୂଚନା ଦେଇଛନ୍ତି ।

ଏହି କାର୍ୟ୍ୟକ୍ରମ ଜରିଆ ଓଡ଼ିଶାର ହଜାରେରୁ ଅଧିକ ନେତା ଓ କର୍ମୀ ସାମିଲ ହେବେ ବୋଲି କହିଛନ୍ତି ଭାରତ ରାଷ୍ଟ୍ର ସମିତିରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ କୈଳାସ ମୁଖୀ । ସେହିପରି ଓଡ଼ିଶା ପାଇଁ ଏକ ନୂଆ ରଣନୀତି ନେଇ ଆସୁଥିବା କହିଛନ୍ତି କୃଷକ ନେତା ତଥା ବିଆରଏସ ନେତା ଶେଷଦେବ ନନ୍ଦ । ରାଷ୍ଟୀୟ ଦଳରେ ସାମିଲ ହେବା ପାଇଁ ସ୍ୱତନ୍ତ୍ର ବିମାନରେ ହାଇଦ୍ରାବାଦ ଯାଇଥିବା ଓଡ଼ିଶାର ୧୫ରୁ ଅଧିକ ନେତା ଆଜି ଓଡ଼ିଶା ଫେରିଛନ୍ତି । ଓଡ଼ିଶା ଫେରିବା ପରେ ଦଳୀୟ ରଣନୀତି ନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.