ତେଲେଙ୍ଗାନା ନିର୍ବାଚନ: ଘୋଷଣାପତ୍ର ଜାରି କଲା କଂଗ୍ରେସ

0

ନୂଆଦିଲ୍ଲୀ (ଆମ ଟିଭି): ବିଧାନସଭା ନିର୍ବାଚନକୁ ନେଇ ଉଠୁଛି ପଡୁଛି ତେଲେଙ୍ଗାନା ରାଜନୀତି ।  ତେଲେଙ୍ଗାନାରେ ଚଳିତମାସ ୩୦ ତାରିଖରେ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ଆଜି ରାଜ୍ୟର ମୁଖ୍ୟ ବିରୋଧୀଦଳ କଂଗ୍ରେସ ତରଫରୁ ନିର୍ବାଚନକୁ ଦୃଷ୍ଟିରେ ରଖି ଘୋଷଣା ପତ୍ର ଜାରି କରାଯାଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣା ପତ୍ର ଜାରି କରିଛନ୍ତି ।

୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର। ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା। ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି। ହିନ୍ଦୁ ଝିଅଙ୍କୁ ବାହାଘର ବେଳେ ୧ଲକ୍ଷ ଟଙ୍କା ଓ ୧୦ ଗ୍ରାମ ସୁନା ଉପହାର। ଅଳ୍ପସଂଖ୍ୟକ ଝିଅ ବାହାଘର ବେଳେ ୧ଲକ୍ଷ ୬୦ ହଜାର ଟଙ୍କା। ଉଚ୍ଚ ଶିକ୍ଷା ଲାଭ କରିବାକୁ ଥିବା ସମସ୍ତ ଛାତ୍ରୀଙ୍କୁ ମାଗଣାରେ ସ୍କୁଟି। ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ଦୈନିକ ପ୍ରଜା ଦରବାର। ତେଲେଙ୍ଗାନା ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ସହିଦ ପରିବାରକୁ ମାସିକ ୨୫ ହଜାର ଟଙ୍କା ପେନସନ୍ ଓ ତାଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି। ତେଲେଙ୍ଗାନା ଆନ୍ଦୋଳନ ବେଳେ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର। ଆନ୍ଦୋଳନରେ ସାମିଲ ପରିବାରକୁ ୨୫୦ ଗଜର ଜମି। କୃଷକଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷ ଋଣ ଛାଡ। କୃଷକଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ।

Leave A Reply

Your email address will not be published.