ମାଲକାନଗିରିରେ ଉତ୍ତେଜନା: ଆହୁରି ୨୪ ପାଇଁ ଇଣ୍ଟରନେଟ୍ କଟକଣାକୁ ବୃଦ୍ଧି କରିଛି ପ୍ରଶାସନ

0

ଭୁବନେଶ୍ୱର (ଆମ ଟିଭି): ଦିନକୁ ଦିନ ମାଲକାନଗିରିରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆହୁରି ୨୪ ଘଣ୍ଟା ପାଇଁ ମାଲକାନଗିରିରେ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି। ଆଜି ଦିନ ୧୨ ଯାଏଁ କଟକଣା ଲାଗୁ ହୋଇଥିଲା ତେବେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଅବିଧି ବଢାଇବାର ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ ଦୀର୍ଘ ୬ ଦିନ ପରେ ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ ମିଳିଛି। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ଗତ ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଆଜି ମିଳିଲା କଟାମୁଣ୍ଡ। ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂରରେ ମିଳିଲା ମହିଳାଙ୍କ କଟାମୁଣ୍ଡ। ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ କଟାମୁଣ୍ଡ ଉଦ୍ଧାର କରାଯାଇଛି। କଟାମୁଣ୍ଡ ମିଳୁ ନଥିବାରୁ ଏମ୍ଭି-୨୬ ଓ ରାଖେଲଗୁଡ଼ା ମଧ୍ୟରେ ବିବାଦ ଦେଖା ଦେଇଥିଲା। ପରିସ୍ଥିତି ଏତେ ଭୟଙ୍କର ହୋଇଯାଇଥିଲା ଯେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଦୁଇ ଗାଁ ମଧ୍ଯରେ ବ୍ଯାପକ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।

ସୂଚନା ଯୋଗ୍ୟ; ମାଲକାନଗିରି ଜିଲ୍ଲା, କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା ନିକଟରୁ ୫ ଦିନ ତଳେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶରୀର ଉଦ୍ଧାର ହେବା ପରେ ଉତ୍ତେଜନା ଉଗ୍ର ରୂପ ନେଇଥିଲା । ସ୍ଥିତି ଅଣାୟତ୍ତ ହେବାରୁ ସମଗ୍ର ଜିଲ୍ଲାରେ ଇଣ୍ଟରନେଟ ବନ୍ଦ କରି ଦିଆଯାଇଛି ।

Leave A Reply

Your email address will not be published.