ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ

0

ନୂଆଦିଲ୍ଲୀ(ଆମ ଟିଭି): ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ପୁଣି ବିସ୍ଫୋରଣ ଘଟିଛି । ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାତରେ ଏହି ବିସ୍ଫୋରଣ ଘଟିଛି । ଏଥିରେ ୧୨ ଜଣ ପୋଲିସ୍ କର୍ମୀଙ୍କ ମୃତ୍ୟୁ ଘଟିଛି । ଏହାସହ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି । ଆତଙ୍କବାଦ ନିରୋଧୀ ବିଭାଗର ପୋଲିସ୍ ଷ୍ଟେସନ ଭିତରେ ଗୋଟିଏ ପରେ ଗୋଟିଏ ବୋମା ବିସ୍ଫୋରଣ ଘଟିଥିଲା ।

ଆଉ ଏହି ଦୁଇଟି ବଡ଼ ଧରଣର ବିସ୍ଫୋଣରେ ପୁରା କୋଠାକୁ ନଷ୍ଟ କରିଦେଇଛି । ଆହତଙ୍କୁ ସ୍ୱାତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ବିସ୍ଫୋରଣ ପାଇଁ କୌଣସି ଗୋଷ୍ଠୀ ଏଯାଏଁ ନିଜକୁ ଦାୟୀ କରି ନାହିଁ । ହେଲେ ପାକିସ୍ତାନୀ ତାଲିବାନୀ ଗୋଷ୍ଠୀ ଟିଟିପିର ଏହା ପଛରେ ହାତ ଥିବାର ସନ୍ଦେହ କରାଯାଉଛି । କାରଣ ଟିଟିପି ସେଠାକାର ସେନା ଉପରେ ଏବେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରୁଛି ।

 

Leave A Reply

Your email address will not be published.