ସୁଦାନରେ ଭୟଙ୍କର ବୋମା ବିସ୍ଫୋରଣ

0

ନୂଆଦିଲ୍ଲୀ (ଆମ ଟିଭି): ଭୟଙ୍କର ବୋମା ବିସ୍ଫୋରଣରେ ୨୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବାବେଳେ। ଏଭଳି ଘଟଣା ଦେଖିବାକୁ ମିଳିଛି ସୁଦାନର ରାଜଧାନୀ ଖାର୍ତୁମର ଏକ ବଜାରରେ। ସୁଦାନରେ ଗଣତନ୍ତ୍ରକୁ ସମର୍ଥନ କରୁଥିବା ଏକ ଏନଜିଓ ଦାବି କରିଛି ଯେ ଖାର୍ତୁମ ବଜାରରେ ବୋମା ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସେନା ଏବଂ ସାମରିକ ବାହିନୀ ମଧ୍ୟରେ ଯୁଦ୍ଧ ପରେ ଖାର୍ତୁମ ବଜାରରେ ଏହା ପ୍ରଥମ ବୋମା ବିସ୍ଫୋରଣର ଘଟଣା।

ସେନାରେ ମୁଖ୍ୟ ଅବଦେଲ ଫଟାହ ଅଲ-ବୁରହାନ ଏବଂ ପାରାମିଲିଟାରୀ ଫୋର୍ସ ରାପିଡ ସପୋର୍ଟ ଫୋର୍ସର ମହମ୍ମଦ ହାମଦାନ ଡାଗାଲୋଙ୍କ ମଧ୍ୟରେ ମତଭେଦ ପରେ ଏହି ଯୁଦ୍ଧରେ ଅତି କମରେ ୧୦,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି। ମିଳିତ ଜାତିସଂଘ ଅନୁଯାୟୀ, ସୁଦାନରେ ଯୁଦ୍ଧ ହେତୁ ୫.୫ ନିୟୁତ ଲୋକ ବିସ୍ଥାପିତ ହୋଇଥିଲେ। ତେବେ ବର୍ତ୍ତମାନ କିଏ ଓ କାହିଁକି ବୋମା ବିସ୍ଫୋରଣ, ତାହା ସ୍ପଷ୍ଟ ଜଣା ପଡିନାହିଁ।

Leave A Reply

Your email address will not be published.