ତୁର୍କୀ, ସିରିଆରେ ଭୟଙ୍କର ଭୂକମ୍ପ: ମୃତ୍ୟୁ ସଂଖ୍ୟା ୮ ହଜାର ଟପିଲା

0

ନୂଆଦିଲ୍ଳୀ (ଆମ ଟିଭି): ତୁର୍କୀ ଓ ସିରିୟାରେ ଭୟଙ୍କର ଭୂକମ୍ପ ପରେ ଏବେ ସେଠାରେ ଲାଗି ରହିଛି କୋକୁଆ ଭୟ । ଏହାରି ଭିତରେ ଗଲାଣି ୮ହଜାରରୁ ଅଧିକ ଜୀବନ । ଏବେ ବି ଧ୍ୱଂସ ସ୍ତୁପ ତଳେ ଫସି ରହିଛନ୍ତି ହଜାର ହଜାର ଲୋକ । ସାରା ବିଶ୍ୱରୁ ତୁର୍କୀକୁ ସହାୟତାର ହାତ ଛୁଟିଛି । ମହାସଙ୍କଟର ମୁକାବିଲା ପାଇଁ ତୁର୍କୀ ଅନ୍ତର୍ଜାତୀୟ ସହାୟତା ନିମନ୍ତେ ଅନୁରୋଧ କରିଛି ଏବଂ ଭାରତ ସମେତ ୭୦ରୁ ଅଧିକ ରାଷ୍ଟ୍ର ଏବଂ ୧୪ ଅନ୍ତର୍ଜାତୀୟ ସଂଗଠନ ତୁର୍କୀକୁ ସହାୟତାର ହାତ ବଢ଼ାଇଛନ୍ତି ।

ତୁର୍କୀରେ ଉଦ୍ଧାର କାର୍ୟ୍ୟ ତ୍ବରାନ୍ବିତ ହୋଇଥିଲେ ସୁଦ୍ଧା ପ୍ରବଳ ଥଣ୍ଡା ଏବଂ ବରଫ ବର୍ଷା ପାଇଁ ଉଦ୍ଧାର କାର୍ୟ୍ୟରେ ବାଧା ସୃଷ୍ଟି ହୋଇଛି । ଭୂକମ୍ପରୁ ବଞ୍ଚିଯାଇଥିବା ଲୋକମାନେ ଏବେ ଭୀଷଣ ଥଣ୍ଡା, ଘନ ଅନ୍ଧାର ଓ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି । ସେମାନଙ୍କ ପାଖରେ ଖାଇବାକୁ ଖାଦ୍ୟ ନାହିଁ କି ପିଇବାକୁ ପାଣି ମୁନ୍ଦେ ବି ନାହିଁ । ପ୍ରବଳ ଶୀତ ଏବଂ ବରଫ ବର୍ଷା ଅତି ଶୋଚନୀୟ ସ୍ଥିତି ସୃଷ୍ଟି କରିଛି । ତୁର୍କୀ ରାଷ୍ଟପ୍ରତି ଏର୍ଡୋଗାନ ୧୦ ଭୂକମ୍ପ ପ୍ରଭାବିତ ପ୍ରଦେଶରେ ୩ ମାସ ପାଇଁ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି । ପୂର୍ବରୁ ମାନବୀୟ ସହାୟତା ଉପରେ ନିର୍ଭରଶୀଳ ଥିବା ସିରିୟାରେ ୪୦ ଲକ୍ଷରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି। ତୁର୍କୀ କେବଳ ଏହାର ଇତିହାସରେ ନୁହେଁ ବରଂ ସମଗ୍ର ବିଶ୍ବରେ ସବୁଠାରୁ ବଡ଼ ବିପର୍ୟ୍ୟୟ ସାମ୍ନା କରୁଛି ।

 

Leave A Reply

Your email address will not be published.