ନୂଆଦିଲ୍ଲୀ: ନିକେଲ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୩ ମୃତ । ଇଣ୍ଡୋନେସିଆର ସୁଲାୱେସି ପ୍ରଦେଶରେ ରବିବାର ଗୋଟିଏ ନିକେଲ କାରଖାନାରେ ବିସ୍ଫୋରଣ ଘଟି ୧୩ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି।
ଆହତ ୩୮ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଇଣ୍ଡୋନେସିଆର ୭ ଓ ୫ ବିଦେଶୀ ଶ୍ରମିକ ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି।