ଭୟଙ୍କର ହେଉଛି ଯୁଦ୍ଧ; ସିରିଆ ଉପରେ ଏୟାର ଷ୍ଟ୍ରାଇକ କଲା ଆମେରିକା

0

ନୂଆଦିଲ୍ଲୀ (ଆମ ଟିଭି): ଭୟଙ୍କର ହେଉଛି ହମାସ- ଇସ୍ରାଏଲ ଯୁଦ୍ଧ । ଉତ୍ତର ଇରାନରେ ଥିବା ଆମେରିକାର ସେନା ଶିବିର ଉପରେ ଆକ୍ରମଣ ପରେ ଆମେରିକା ପ୍ରତିଆକ୍ରମଣ କରିଛି । ସିରିଆ ଉପରେ ଏୟାର ଷ୍ଟ୍ରାଇକ କଲା ଆମେରିକା । ଗୋଟିଏ ପଟେ ଉତର ଗାଜାରେ ଇସ୍ରାଏଲ ସେନା ପ୍ରବେଶ କରିଥିବା ବେଳେ ଅନ୍ୟପଟେ ଏୟାର ଷ୍ଟ୍ରାଇକ କରିଛି ଆମେରିକା । ପୂର୍ବ ସିରିଆରେ ଥିବା ଇରାନର ଇସଲାମିକ କ୍ରାନ୍ତିକାରି ଗାର୍ଡ ଗ୍ରୁପର କେତକ ଆଡ୍ଡା ଉପରେ ଆକାଶ ମାର୍ଗରୁ ମିଶାଇଲ ମାଡ କରିଛି ଆମେରିକା ସେନା ।

ସୂଚନାଥାଉକି, ଉତ୍ତର ଇରାନରେ ଥିବା ଆମେରିକାର ସେନା ଶିବିର ଉପରେ ଇସଲାମିକ କ୍ରାନ୍ତିକାରି ଗାର୍ଡ ଗ୍ରୁପ ପକ୍ଷରୁ ପ୍ରଥମେ ଆକ୍ରମଣ କରାଯାଇଥିଲା । ପରେ ଆମେରିକା ଏହାର ଜବାବ ଦେବାକୁ ଯାଇ ଆକ୍ରମଣ କରିଛି । ସେପଟେ ଇରାନ ସେନା ସମରାଭ୍ୟାସ ଆରମ୍ଭ କରିଛି ।

Leave A Reply

Your email address will not be published.