କଲମ୍ବିଆରେ ଭୟଙ୍କର ବିମାନ ଦୁର୍ଘଟଣା: ୩ ମୃତ

0

ନୂଆଦିଲ୍ଲୀ (ଆମ ଟିଭି): କଲମ୍ବିଆରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । କାନାଡାର ବ୍ରିଟିଶ କଲମ୍ବିଆରେ ଆଜି ଏକ ବିମାନ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ୩ ଜଣଙ୍କ ମଧ୍ୟରେ ୨ ଭାରତୀୟ ଟ୍ରେନି ପାଇଲଟ ରହିଛନ୍ତି । ପାଇଲଟ ଅଭୟ ଗଡରୁ ଏବଂ ୟଶ ବିଜୟ ରାମୁଗଡେ ମୁମ୍ବାଇର ବୋଲି ଜଣାପଡିଛି । କାନାଡା ପୋଲିସ ଅଧିକାରୀ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ।

ଦୁଇଟି ଇଂଜିନି ଥିବା ହାଲୁକା ବିମାନ ପାଇପର ପିଏ-୩୪ ସେନେକା ଚିଲିବ୍ୟାକ୍‌ ସହର ନକଟରେ ଥିବା ଏକ ଜଙ୍ଗଲରେ ଗଛ ସହିତ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ପାଇଲଟ୍‌ଙ୍କ ସହିତ ଆଉ ଜଣେ ପାଇଲଟ୍‌ ବି ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର କାରଣ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ ।

Leave A Reply

Your email address will not be published.