ଜମ୍ମୁ-କାଶ୍ମୀରରେ ଘରୁ ଖାଦ୍ୟ ଚୋରୀ କଲେ ଆତଙ୍କବାଦୀ

0

ଜମ୍ମୁ-କାଶ୍ମୀରରେ ଏକ ଘରୁ ଆତଙ୍କବାଦୀ ଖାଦ୍ୟ ଚୋରୀ କରିଥିବା ଘଟଣା ସାମ୍ନାକୁ ଆସିଛି । ଆତଙ୍କବାଦୀ ଖାଦ୍ୟ ଚୋରୀ କରି ଜଙ୍ଗଲ ଅଡ଼େ ପଳାଇ ଥିବା ସୂଚନା ।

ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ଉଧମପୁର ଜିଲ୍ଲା ମୋଟୁ ଗାଁରେ ମଙ୍ଗଟୁ ରାମଙ୍କ ଘରକୁ ଦୁଇଜଣ ଆତଙ୍କବାଦୀ ପଶି ଆସିଥିଲେ ଏବଂ ଖାଦ୍ୟ ନେଇ ପଳାଇ ଯାଇଛନ୍ତି । ଘନ ଜଙ୍ଗଲ ଏବଂ ଅନ୍ଧାରର ସୁଯୋଗ ନେଇ ଆତଙ୍କବାଦୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ ବୋଲି ଅଧିକାରୀମାନେ କହିଛନ୍ତି ।

ଘଟଣା ପରେ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀକୁ ତୁରନ୍ତ ମୁତୟନ କରାଯାଇଛି । ଗାଁ ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଆତଙ୍କବାଦୀଙ୍କୁ ଖୋଜି ନିଷ୍କ୍ରିୟ କରିବା ପାଇଁ ଆଜି ସକାଳୁ ବିଭିନ୍ନ ଦିଗରୁ ଏକକାଳୀନ କମ୍ବିଂ ଅପରେସନ ଆରମ୍ଭ କରାଯାଇଛି । ଗତ ୧୫ତାରିଖରେ ମାଜଲତା ଅଞ୍ଚଳର ସୋଆନ ଗ୍ରାମରେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା । ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କ ଗତିବିଧି ବିଷୟରେ ସୂଚନା ପାଇବା ପରେ ଏନକଉଣ୍ଟାର କରାଯାଇଥିଲା । ଘଟଣା ପରେ ସୁରକ୍ଷା ବାହିନୀ ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାର ଏକ ଗାଁରେ ଏକ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.