ଥମୁନି ଏସସିବି ତାତି : ବିଧାନସଭାକୁ କଳା ଟି ସାର୍ଟ ପିନ୍ଧିକି ଆସିଲେ ବିରୋଧୀ
ଏସସିବି ଅଗ୍ନିକାଣ୍ଡ ଘଟଣାରେ ବିରୋଧୀମାନେ ଲାଗାତାର ବିରୋଧ କରି ଆସୁଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଉଛି । ଯାହାଫଳରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରୁନି । ଆଜି ବି ଗୃହ ଆରମ୍ଭରୁ ବିରୋଧୀ ବିଧାୟକମାନେ ହଟଗୋଳ କରିଛନ୍ତି। ବିଧାନସଭାକୁ କଳା ଟି ସାର୍ଟ ପିନ୍ଧିକି ଆସିଥିଲେ ବିରୋଧୀ । ଏସସିବି ଘଟଣାକୁ ନେଇ ଉଭୟ କଂଗ୍ରେସ ବିଜେଡି ବିଧାୟକ ଅଭିନବ ପ୍ରତିବାଦ କରିଛନ୍ତି । ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ଵାସ୍ଥ୍ୟ ମନ୍ତ୍ରୀ ଲେଖିାଥିବା ଟି ସାର୍ଟ ପିନ୍ଧି ହୋ-ହାଲ୍ଲା କରିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିରୋଧୀ। ଅନ୍ୟପଟେ ଜାଣିଶୁଣି ବିରୋଧୀ ଗୃହକାର୍ଯ୍ୟ ବନ୍ଦ କରୁଥବା ଅଭିଯୋଗ କରିଛି ଶାସକ ଦଳ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ କରିଥିଲେ।