ବାଂଲାଦେଶରେ ଥମୁନି ହିଂସା ; ଟାର୍ଗେଟରେ ସଂଖ୍ୟାଲଘୁ ସମ୍ପ୍ରଦାୟ, ଆଜି ହିନ୍ଦୁ ସମ୍ପ୍ରଦାୟ ସହ ଆଲୋଚନା କରିବେ ୟୁନୁସ୍ ମୋହମ୍ମଦ

0

ନୂଆଦିଲ୍ଲୀ (ଆମ ଟିଭି): ବାଂଲାଦେଶରେ ହିଂସା ଓ ଅରାଜକତା ଜାରି ରହିଛି, ଏହା ସହ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଇସଲାମୀୟ ମୌଳବାଦୀମାନେ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନଙ୍କ ହତ୍ୟା କରିବା ସହ ସଂଖ୍ୟାଲଘୁଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଆଦି ପୋଡ଼ି ଦିଆଯାଉଛି।

ଏସବୁ ମଧ୍ୟରେ ସୀମା ଦେଇ ବାଂଲାଦେଶୀ ମାନେ ଭାରତକୁ ପ୍ରବେଶ କରିବା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭାରତ ବାଂଲାଦେଶ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିଏସଏଫ ଯବାନ ମାନେ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

Leave A Reply

Your email address will not be published.