କଂଗ୍ରେସ ଅଧ୍ୟକ୍ଷ ପାଇଁ ଥରୁର ଓ ଖଡ଼ଗେ ଲଢ଼େଇ

0

ନୂଆଦିଲ୍ଲୀ: ମୋଟ ତିନି ଜଣ ନେତା ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଥିଲେ। ହେଲେ ଜଣଙ୍କର ନାମାଙ୍କନ ପତ୍ର ଖାରଜ ହୋଇଥିବା ନେଇ କଂଗ୍ରେସ ନିର୍ବାଚନ ଅଧିକାରୀ ମଧୂସୁଦନ ମିସ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ କାଲି ଯାଏ ଆମକୁ ୨୦ ଟି ଫର୍ମ ମିଳିଥିଲା। ସେହି ଫର୍ମଗୁଡ଼ିକର ଯାଞ୍ଜ ଆଜି କରାଯାଇଥିଲା। ୨୦ ଟି ଫର୍ମରୁ ୪ ଟି ଫର୍ମ ଖାରଜ କରାଯାଇଛି। ମିସ୍ତ୍ରୀ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆମର ଦୁଇ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ। ସେମାନେ ହେଲେ ଶଶି ଥରୁର ଓ ମଲ୍ଲିକାର୍ଜୁନ ଖଡ଼ଗେ। ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୮ ବୋଲି ମିସ୍ତ୍ରୀ କହିଛନ୍ତି।

ଖଡ଼ଗେ ୧୪ ଟି ଫର୍ମ ଦାଖଲ କରିଥିବା ବେଳେ ଥରୁର ୫ ଓ ତ୍ରୀପାଠି ଗୋଟିଏ ଫର୍ମ ଜମା କରିଥିଲେ। ମସ୍ତ୍ରୀ କହିଛନ୍ତି, ତ୍ରୀପାଠିଙ୍କ ଫର୍ମ ଖାରଜ କରାଯାଇଛି। କାରଣ ତାଙ୍କର ଜଣେ ପ୍ରସ୍ତାବକଙ୍କ ହସ୍ତାକ୍ଷର ମେଳ ଖାଉନଥିଲା ଏବଂ ଦ୍ୱୀତିୟ ପ୍ରସ୍ତାବଙ୍କ ହସ୍ତାଖର ଦୁଇଥର ରହିଥିଲା। ସୂଚନା ଥାଉକି, ତ୍ରୀପାଠି ଝାଡ଼ଖଣ୍ଡରେ କଂଗ୍ରେସ ବିଧାୟକ ରହିଛନ୍ତି। ସେ ରାଜ୍ୟର ପୂର୍ବତନ ମନ୍ତ୍ରୀ ମଧ୍ୟ ରହିଥିଲେ।

ମିସ୍ତ୍ରୀ ଆହୁରି କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ କରିଥିବା ପ୍ରାର୍ଥୀ ୮ ଅକ୍ଟୋବର ଯାଏ ପ୍ରତ୍ୟାହାର କରିପାରିବେ। ଯଦି କେହି ପ୍ରାର୍ଥୀ ପ୍ରତ୍ୟାହର ନ କରିବେ ତେବେ ନିର୍ବାଚନ ହେବ ବୋଲି ମିସ୍ତ୍ରୀ କହିଛନ୍ତି।   

Leave A Reply

Your email address will not be published.