ଖୋଲିଲା ହୀରାକୁଦର ୧୦ ଗେଟ୍

0

(ଆମ ଟିଭି): ଖୋଲିଲା ହୀରାକୁଦ ଡ୍ୟାମର ଆଉ ୮ ଗେଟ । ଗତକାଲି ୨ ଗେଟ୍ ଖୋଲିଥିଲା । ବର୍ତ୍ତମାନ ମୋଟ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୭୧ଫୁଟ ରେକର୍ଡ ହୋଇଛି । ୧ଲକ୍ଷ ୪୨ହଜାର ୭୨କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବାବେଳେ ୭୨ହଜାର ୧୯୦କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ପରେ ଆଉ ୨ଟି ଗେଟ୍ ଖୋଲଯିବ ବୋଲି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳସ୍ତର ରହିଛି ୬୨୮.୭୧ ଫୁଟ ।

Leave A Reply

Your email address will not be published.