‘ମୂର୍ଚ୍ଛନା’ର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ
ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାର ବିଶିଷ୍ଟ ସଂଗୀତକାର ଅକ୍ଷୟ ମହାନ୍ତିଙ୍କ ଦ୍ଵାରା ପ୍ରତିଷ୍ଠିତ ଭାରତୀୟ ସଂଗୀତ, ଶାସ୍ତ୍ରୀୟ, ବାଦ୍ୟଯନ୍ତ୍ର, ନୃତ୍ୟ ଓ ନାଟକ ସାଂସ୍କୃତିକ ଅନୁଷ୍ଠାନ ‘ମୂର୍ଚ୍ଛନା’ର ୧୭ତମ ବାର୍ଷିକୋତ୍ସବ ଓ ସଂଗୀତ ଉତ୍ସବ ତା. ୨୩.୦୬.୨୦୨୨ ଗୁରୁବାର ଦିନ ଭୁବନେଶ୍ଵର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ‘ମୂର୍ଚ୍ଛନା’ର ସଭାପତି ଶ୍ରୀ ବୈଷ୍ଣବ ପ୍ରସାଦ ମହାନ୍ତି ଉଦ୍ବୋଧନ ଦେଇଥିଲେ । ‘ମୂର୍ଚ୍ଛନା’ର ସଂପାଦକ ଅଜୟ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଚିଦାନନ୍ଦ ମିଶ୍ର ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଲିମିଟେଡ଼ ଓ ଓଡ଼ିଶା ସମବାୟ କତାଶିଳ୍ପ ନିଗମ ଲିମିଟେଡ଼, ଭୁବନେଶ୍ଵର । ମୁଖ୍ୟବକ୍ତା ପ୍ରଦୀପ କୁମାର ବିଶ୍ୱାଳ, ସହାୟକ ମହା ପ୍ରବନ୍ଧକ(ଗ୍ରାହକ ସେବା କେନ୍ଦ୍ର) ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଭୁବନେଶ୍ଵର ବକ୍ତବ୍ୟ ରଖିଥିଲେ । ପ୍ରଦୋଷ ପଟ୍ଟନାୟକ ବରିଷ୍ଠ ସାମ୍ବାଦିକ ତଥା ‘ମୂର୍ଚ୍ଛନା’ର ମୁଖ୍ୟ ଉପଦେଷ୍ଟା ଭାବରେ ତାଙ୍କର ବକ୍ତବ୍ୟ ରଖିଥିଲେ ।
ଏହାପରେ ପରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ, ଜୟଶ୍ରୀ ସାହୁ, ଅଜୟ ମହାନ୍ତି, ଚିତ୍ରଭାନୁ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ,ଶତରୂପା, ଆର୍ଯ୍ୟ ଆଚାର୍ଯ୍ୟ ପ୍ରମୁଖ ଓଡ଼ିଆ ଚଳଚିତ୍ରର ସୁମଧୁର ଗୀତ ସବୁକୁ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ । ଶେଷରେ ଉପସଭାପତି ଶ୍ରୀ ଗୋଲକ ଚରଣ ମାର୍ଥା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ମୂର୍ଣନାର କର୍ମକର୍ତ୍ତା ହେମନ୍ତ ପରମଗୁରୁ, ରବିନ୍ଦ୍ର ମହାନ୍ତି, ତୁଷାରକାନ୍ତି ଚୌଧୁରୀ, ଶତରୁପା, ପ୍ରଣୟ ଜେଠୀ ଓ ପୁଷ୍ପମିତ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଦେବପ୍ରସାଦ ଦାଶ ସଂଚାଳନ କରିଥିଲେ ।