ଭବ୍ୟ ସମାରୋହ ମଧ୍ୟରେ ଶେଷ ହେଲା ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪; ଏକାଠି ହେଲେ କ୍ରୀଡ଼ା ମହାକୁମ୍ଭର ସଫଳ କ୍ରୀଡାବିତ୍ 

0

ନୂଆଦିଲ୍ଲୀ (ଆମ ଟିଭି): ଭବ୍ୟ ସମାରୋହ ମଧ୍ୟରେ ଶେଷ ହେଲା ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪। ଗୋଟିଏ ସ୍ଥାନରେ ଏକାଠି ହେଲେ ବିଶ୍ୱର ସମସ୍ତ ସଫଳ କ୍ରୀଡାବିତ୍। ଭାରତ ପକ୍ଷରୁ ହକି ତାରକା ପି.ଆର ଶ୍ରୀଜେଶ ଓ ସୁଟର ମନୁ ଭାକର ଉଦଯାପନୀ ଉତ୍ସବରେ ହେଲେ ସାମିଲ।

୨୦୨୮ ମସିହାରେ ଆମେରିକାର ଲସ ଆଞ୍ଜେଲ୍ସରେ ଅଲିମ୍ପିକ୍ସର ପରବର୍ତ୍ତୀ ସଂସ୍କରଣ ପାଇଁ ହସ୍ତାନ୍ତର କରାଗଲା ବାଟନ୍। ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା କ୍ରୀଡ଼ା ମହାକୁମ୍ଭ ରବିବାର ମଧ୍ୟ ରାତ୍ରୀରେ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ଶେଷ ହୋଇଛି। ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ଅଧ୍ୟକ୍ଷ ଥୋମାସ ବାକ୍ ପ୍ରମୁଖ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ୮୦ ହଜାର ଦର୍ଶକଙ୍କୁ ନେଇ ଫ୍ରାନ୍ସର ଷ୍ଟେଟ ଡି ଷ୍ଟାଡିୟରେ ଆୟୋଜିତ ହୋଇଥିଲା ଏହି ଉଦଯାପନୀ ଉତ୍ସବ।

Leave A Reply

Your email address will not be published.