ହାଇବ୍ରିଡ଼ ମଡେଲରେ ଖେଳାଯିବ ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି

0

ନୂଆଦିଲ୍ଲୀ (ଆମ ଟିଭି):   ୨୦୨୫ ଆଇସିସି ଚାମ୍ପିୟନ୍ସ ହାଇବ୍ରିଡ଼ ମଡେଲରେ ଖେଳାଯିବ। ହାଇବ୍ରିଡ଼ ମଡେଲକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦ୍ୱାରା ମଞ୍ଜୁରୀ ମିଳିଛି। ବିସିସିଆଇ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ପାକିସ୍ତାନ ଓ ଦୁବାଇରେ ହାଇବ୍ରିଡ୍ ମଡେଲରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇରେ ଖେଳାଯିବ। ବିସିସିଆଇ ଏବଂ ପିସିବି ଏନେଇ ସହମତ ହୋଇଥିବା ସୂଚନା ମିଳିଛି। ଟିମ ଭାରତ ପାକିସ୍ତାନ ନଯିବା ସ୍ପଷ୍ଟ କରିଛି।୨୦୨୬ ଟି ଟ୍ୱଣ୍ଟି ବିଶ୍ୱକପ ପାଇଁ ଭାରତ ଆସିବନି ପାକିସ୍ତାନ। ଟି ଟ୍ୱଣ୍ଟି ବିଶ୍ୱକପର ମ୍ୟାଚ କଲମ୍ବୋରେ ଖେଳାଯିବ।

ଚାମ୍ପିୟନ୍ସ ଟ୍ରଫିର ୧୦ଟି ମ୍ୟାଚ୍ ଆୟୋଜନ କରିବ ପାକିସ୍ତାନ । ଲିଗ୍ ପର୍ଯ୍ୟାୟରେ ଭାରତର ତିନୋଟି ମ୍ୟାଚ୍ ଦୁବାଇରେ ଖେଳାଯିବ। ଭାରତର ଲିଗ୍ ମ୍ୟାଚ୍ ବ୍ୟତୀତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଓ ଫାଇନାଲ୍ ମ୍ୟାଚ୍ ଦୁବାଇରେ ଅନୁଷ୍ଠିତ ହେବ। ଯଦି ନକଆଉଟ୍ ପର୍ଯ୍ୟାୟ ପୂର୍ବରୁ ଟିମ୍ ଇଣ୍ଡିଆ ବାଦ୍ ପଡ଼େ, ତେବେ ଏଭଳି ସ୍ଥିତିରେ ଲାହୋର ଓ ରାୱଲପିଣ୍ଡିରେ ସେମିଫାଇନାଲ ଓ ଫାଇନାଲ୍ ଖେଳାଯିବ।

Leave A Reply

Your email address will not be published.