ଝାରସୁଗୁଡ଼ା(ଆମ ଟିଭି): ଗୁଜୁରାଟରୁ ଝାରସୁଗୁଡ଼ା ଫେରିଛନ୍ତି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ । ଗତକାଲି ବିଳମ୍ବିତ ରାତିରେ ଗୋପାଳକୁ ଝାରସୁଗୁଡା ଏୟାରପୋର୍ଟ ଥାନାରେ ରଖି ଅଧିକ ପଚରାଉଚରା କରାଯାଇଛି । ଏପଟେ ଆଜି ଗୋପାଳର ୫ ଦିନିଆ ରିମାଣ୍ଡ ଶେଷ ହେଉଛି । ତେଣୁ କ୍ରାଇମବ୍ରାଞ୍ଚ ଅଭଯୁକ୍ତ ଗୋପାଳକୁ ଆଜି କୋର୍ଟରେ ହାଜର କରି ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରିପାରେ । ଏଥି ସହ ନାର୍କୋ ଟେଷ୍ଟ ରିପୋର୍ଟ କୋର୍ଟରେ ଦାଖଲ କରିବ କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ସଂସ୍ଥା ପାଇଁ ନାର୍କୋ ଟେଷ୍ଟ ରିପୋର୍ଟ ସବୁଠାରୁ ବଡ ଭରସା ପାଲଟିଛି ।
ସୂଚନା ଅନୁସାରେ, ନାର୍କୋ ଟେଷ୍ଟ ବେଳେ ଗୋପାଳ ଯାହା ବୟାନ ଦେଇଛି ତାହା ଆଶ୍ଚର୍ୟ୍ୟ କଲାଭଳି । କୁହାଯାଉଛି, ମନ୍ତ୍ରୀଙ୍କ ଉପରେ ରାଗ ସୁଝାଇବା ପାଇଁ ଗୋପାଳ ସୁଯୋଗକୁ ଅପେକ୍ଷା କରିଥିଲା । ରାଗ କମିଯିବ ବୋଲି ସେ ଦୁଇମାସ ହେଲା ଔଷଧ ଖାଇନଥିଲା । ତେବେ ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଧିବଦ୍ଧ ଭାବେ କିଛି କୁହାଯାଇନାହିଁ ।