ଜାନୁଆରିରେ ହେବ ପରୀକ୍ଷା ପେ ଚର୍ଚ୍ଚାର ୮ମ ସଂସ୍କରଣ: ଏହି ପୋର୍ଟାଲରେ କରନ୍ତୁ ପଞ୍ଜୀକରଣ

0

ଭୁବନେଶ୍ବର (ଆମ ଟିଭି): ପ୍ରଧାନମନ୍ତ୍ରୀଙ୍କ ଅଭିନବ ମତବିନିମୟ କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚା (ପିପିସି) ନିଜର ୮ମ ସଂସ୍କରଣ ନେଇ ପୁଣି ଆସିଛି। ଏହା ଜାନୁଆରୀ ୨୦୨୫ରେ, ସାରାଦେଶରେ ବାର୍ଷିକ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ, ଅନୁଷ୍ଠିତ ହେବ।

ପରୀକ୍ଷା ଚାପ କମାଇବା, ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କୁ ଜୀବନକୁ ଏକ “ଉତ୍ସବ”ଭାବେ ପାଳନ କରିବାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ପରିକଳ୍ପନା କରାଯାଇଥିବା ପିପିସି ଗତ ସାତ ବର୍ଷ ହେଲା ଉଲ୍ଲେଖନୀୟ ସଫଳତା ପାଇଛି । ପିପିସିର ୭ମ ସଂସ୍କରଣ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଭାରତ ମଣ୍ଡପମରେ ଟାଉନ ହଲ ଫର୍ମାଟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସାରାଦେଶ ଓ ବିଦେଶରୁ ଅଂଶଗ୍ରହଣକାରୀମାନେ ଉତ୍ସାହର ସହ ଯୋଗ ଦେଇଥିଲେ ।

ପିପିସି ୨୦୨୫ର ପଞ୍ଜୀକରଣ ପଦ୍ଧତି

ପିପିସି ୨୦୨୫ ପାଇଁ ପଞ୍ଜୀକରଣ ୧୪ ଡିସେମ୍ବର ୨୦୨୪ରୁ MyGov.in ଆରମ୍ଭ ହୋଇସାରିଛି ଏବଂ ୧୪ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଖୋଲା ରହିବ ।

ନିମ୍ନଲିଖିତ ପଦ୍ଧତି ଅନୁସାରେ ପଂଜୀକରଣ କରିହେବ :

MyGov.in ପୋର୍ଟାଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ପାଇଁ କୁଇଜ୍ ପ୍ରତିଯୋଗିତା (ଏମସିକ୍ୟୁ ଫର୍ମାଟ୍) ପ୍ରସ୍ତୁତ କରାଯାଇଛି।

ପିପିସି ୨୦୨୫ରେ ପଚରାଯିବାକୁ ଥିବା ପ୍ରଶ୍ନ ଚୟନ :

କ. ପଞ୍ଜୀକରଣ ପ୍ରକ୍ରିୟା ସମୟରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ପ୍ରଶ୍ନ ଦାଖଲ କରିପାରିବେ ଯାହା ସେମାନେ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛନ୍ତି। ପ୍ରଶ୍ନଗୁଡ଼ିକ ପରୀକ୍ଷା ଚାପ, କ୍ୟାରିୟର, ଭବିଷ୍ୟତର ସ୍ବପ୍ନ କିମ୍ବା ସାଧାରଣ ଜୀବନ ସଂପର୍କିତ ହୋଇପାରେ ।

ଖ. ଅନଲାଇନ୍ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିବା ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କୁ ଚୟନ କରାଯିବ।

Leave A Reply

Your email address will not be published.