ଭାରତ ଯୋଡ଼ୋ ଯାତ୍ରାରେ ଯୋଡି ହେଲେ ଏହି ଅଭିନେତ୍ରୀ

0

ଜମ୍ମୁ: ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଲା ମାତୋଣ୍ଡକର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାରେ ତାଙ୍କ ସହ ଜମ୍ମୁ-କଶ୍ମୀରଠାରେ ‌ଯୋଡ଼ି ହୋଇଛନ୍ତି। ଆଜି ସକାଳ ୮ଟାରେ ଆର୍ମି ଗାରିସନ ପଡ଼ିଆ ନିକଟରୁ ଯାତ୍ରା ଆରମ୍ଭ ହେବାର ମାତ୍ର କିଛି ସମୟ ମଧ୍ୟରେ ଅଭିନେତ୍ରୀ ଏଥିରେ ସାମିଲ୍‌ ହୋଇଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଅଭିନେତ୍ରୀ ଉର୍ମିଳା ୨୦୧୯ ସେପ୍ଟେମ୍ବର ମାସରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ଅଳ୍ପ କିଛି ମାସ ବ୍ୟବଧାନରେ ୨୦୨୦ ମସିହାରେ ଶିବସେନା‌ରେ ଯୋଗ ଦେଇଥିଲେ।

ଗତକାଲି ସକାଳ ୮ଟା ବେଳେ ‌ଲୋଣ୍ଡି ତନଖି ଫାଟକ ଅତିକ୍ରମ କରିବା ପରେ ରାହୁଲ ସାମ୍ବା ଜିଲ୍ଲାର ତାପୟାଲ-ଗଗୱାଲରେ ପ୍ରବେଶ କରିଥିଲେ। ୨୫ କିମି ଯିବା ପରେ ଆଜି ରାତିରେ ଯାତ୍ରା ଚକ୍‌ ନାନାକଠାରେ ଅଟକିଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତବର୍ଷ ସେପ୍ଟେମ୍ବର ୭ ତାରିଖରୁ ତାମିଲନାଡ଼ୁର କନ୍ୟାକୁମାରୀରୁ ଏହି ଯାତ୍ରା ଆରମ୍ଭ ହୋଇଛି। ଗତ ଗୁରୁବାର ଏହା ପଞ୍ଜାବ ଅତିକ୍ରମ କରି ଜମ୍ମୁ କାଶ୍ମୀରରେ ପ୍ରବେଶ କରିଛି। ଆସନ୍ତା ୩୦ ତାରିଖରେ ଏହା ଶ୍ରୀନଗରରେ ପହଞ୍ଚିବା ଆଶା କରାଯାଉଛି। ସେଠାରେ କଂଗ୍ରେସ କାର୍ଯ୍ୟାଳୟରେ ରାହୁଲ ଜାତୀୟ ପତାକା ଉତ୍ତୋଳନ କରିବେ। ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ମଧ୍ୟପ୍ରଦେଶର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ଦେଶକୁ ବଦନାମ କରିଚାଲିଛନ୍ତି।

Leave A Reply

Your email address will not be published.