ଆଜି ବିଧାନସଭାରେ ଆଗତ ହେବ ଅତିରିକ୍ତ ବ୍ୟାୟ ମଞ୍ଜୁରି ବିଲ୍

0

ନୂଆଦିଲ୍ଲୀ (ଆମ ଟିଭି): ଗତ ୨ ଦିନର ବିରତି ପରେ ଆଜିଠୁ ପୁଣି ବିଧାନସଭା ଆରମ୍ଭ ହେବାକୁ ଯାଉଛି । ଆଗତ ହେବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ । ଗୃହରେ ଏହା ଉପରେ ଆଲୋଚନା ହେବା ସହିତ ବିଧେୟକ ଆଗତ କରାଯିବ । ଗତ ୨୨ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୮ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଥିଲେ । ବିଧାନସଭା ଆରମ୍ଭ ଦିନଠୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଛି ।

ନିକଟରେ ଶାସକ ଦଳର ନେତା ବିରୋଧିଙ୍କୁ ଆକ୍ଷେପ କରି ଏପରି କିଛି କଥା କହିଥିଲେ ଯାହାକୁ ନେଇ ଗୃହ କମ୍ପିଥିଲା । କିନ୍ତୁ ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବର୍ଦଳୀୟ ବୈଠକରେ ଶାସକ ଦଳର ବିଧାୟକ ଯେଉଁ ଶବ୍ଦ କହିଥିଲେ ତାକୁ ବାଦ ଦିଆଯାଇଛି । ଏହାପରେ ଆଜିଠୁ ପୁଣି ବିଧାନସଭା ଆରମ୍ଭ ହେବାକୁ ଯାଉଛି ।

Leave A Reply

Your email address will not be published.