ଶ୍ରୀମନ୍ଦିରର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରି ସତ୍ୟପାଠ ଦାଖଲ କରିବେ ଆମିକସକ୍ୟୁରୀ
କଟକ(ଆମ ଟିଭି): ଶ୍ରୀମନ୍ଦିରର ସୁରକ୍ଷା ଓ ମରାମତି ସଂପର୍କିତ ମାମଲାର ଶୁଣାଣି କଲେ ହାଇକୋର୍ଟ। ରତ୍ନଭଣ୍ଡାର ସାନି ସ୍ଥିତି ସଂପର୍କରେ ଅବଗତ କରିବାକୁ ଆମିକସକ୍ୟୁରୀଙ୍କୁ ଦେଲେ ନିର୍ଦ୍ଦେଶ । ବର୍ତ୍ତମାନର ବାସ୍ତବ ସ୍ଥିତିକୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବେ ଆମିକସକ୍ୟୁରୀ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେବା ପରେ ସରଗରମ ହୋଇଛି ରତ୍ନଭଣ୍ଡାର ପ୍ରସଙ୍ଗ।
ଏହି ପ୍ରସଙ୍ଗରେ କୋର୍ଟରୁ ନିର୍ଦ୍ଦିଷ୍ଟ ଭାବେ କି ପ୍ରକାର ନିର୍ଦ୍ଦେଶ ଆବଶ୍ୟକ, ସେ ନେଇ ସତ୍ୟପାଠରେ ଉଲ୍ଲେଖ କରାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଆଜିର ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି।