ଦିଲ୍ଲୀରେ ହେବ ଆପ୍-କଂଗ୍ରେସ ମେଣ୍ଟ

0

ନୂଆଦିଲ୍ଲୀ (ଆମ ଟିଭି): ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ନେଇ ସହମତି ହୋଇଛି । ସୂତ୍ର ସୂଚନା ମୁତାବକ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମିଳିତ ଭାବେ ଲୋକସଭା ନିର୍ବାଚନ ଲଢିବା ନେଇ ସୂଚନା ମିିଳିଛି । ମିଳିଥିବା ସୂଚନା ମୁତାବକ ଦିଲ୍ଲୀରେ କଂଗ୍ରେସ ୩ଟି ଓ ଆପ୍ ୪ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ । କଂଗ୍ରେସ ମହାସଚିବ କେସି ବେଣୁଗୋପାଳଙ୍କ ବାସଭବନରେ ଏନେଇ ଏକ ବୈଠକ ହୋଇଛି । କିଛି ସମୟ ପରେ ଏହା ଔପଚାରିକ ଭାବେ ଘୋଷଣା ହୋଇପାରେ ।

ସେପଟେ ପଞ୍ଜାବରେ କଂଗ୍ରେସ ଓ ଆପ୍ ମିଳିତ ଭାବେ ନିର୍ବାଚନ ନ ଲଢି ଏକା ଏକା ନିର୍ବାଚନ ଲଢିବାକୁ ଉଭୟ ଦଳ ମଧ୍ୟରେ ସହମତି ପ୍ରକାଶ ପାଇଛି । ଏନେଇ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି, କଂଗ୍ରେସ ସହ କୌଣସି ମତଭେଦ ନାହିଁ, ହେଲେ ପଞ୍ଜାବରେ ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢିବେ ।

Leave A Reply

Your email address will not be published.