ଭୁବନେଶ୍ୱର(ଆମ ଟିଭି): ବଜେଟ୍ ଅଧିବେଶନକୁ ନେଇ ଆସିଛି ବଡ଼ ଖବର । ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ଏହି ଅଧିବେଶନରେ ଆଗତ ହେବ କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଫେବୃଆରୀ ୫ରୁ ଅଧିବେଶନ ଆରମ୍ଭ ହୋଇ ୧୩ରେ ଶେଷ ହେବ।
ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବେ। ଏହି ଅଧିବେଶନରେ ମୋଟ ୭ଟଇ କାର୍ୟ୍ୟଦିବସ ରହିଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ଲୋକଙ୍କୁ ସୁହାଇଲା ଭଳି ବଜେଟ ଆସିପାରେ ବୋଲି ଆକଳନ କରାଯାଉଛି।