‘ପ୍ରତୀକ୍ଷା’ ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକଙ୍କ ପ୍ରତୀକ୍ଷା ଡିସେମ୍ବର ୨କୁ

0

ଭୁବନେଶ୍ୱର : ଗୋଆର ରାଜଧାନୀ ପଞ୍ଜିମରେ ଆୟୋଜିତ ୫୩ ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ )ରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ପ୍ରଦର୍ଶିତ ହୋଇ ଜୁରୀ ସଦସ୍ୟଙ୍କ ସହ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ଗୋଟେ ମଧ୍ୟବିତ ପରିବାରର ନିତିଦିନର କାହାଣୀ କୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି।

ଅମୀୟ ପଟ୍ଟନାୟକ ପ୍ରଡକ୍ସନ ପୂର୍ବରୁ ଚଳଚ୍ଚିତ୍ର ହାକିମ ବାବୁ,ମମତା ମାଗେ ମୂଲ,ଚକାଆଖୁ ସବୁ ଦେଖୁଛି,ତୁଳସୀ ଅପା ଭଳି ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଈଥିବା ବେଳେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ସୁପର ତୁପର ଓ୍ଵେବସିରିଜ୍ “ଗ୍ୟାଙ୍ଗସ ଅଫ୍ ପୁରୀ” ଏବେବି ଚର୍ଚ୍ଚାରେ।

ବିଶିଷ୍ଟ ସିନେ ନିର୍ଦ୍ଦେଶକ ବିନୋଦ ଗନ୍ନାତ୍ତରା, ସିନେମାଟୋଗ୍ରାଫର ଏ କାର୍ତ୍ତିକ ରାଜା, ସଙ୍ଗୀତଜ୍ଞ ଅନନ୍ତ ଯୋଶୀ, ସିନେ ପ୍ରଯୋଜିକା ଅନୁରାଧା ସିଂ, ଅଶୋକ କଶ୍ୟପ, ଏମାନୁଏଲ ପ୍ରେମାଇଜ , ଗୀତା ଏମ’ ଗୁରୁପା, ଇମୋ ସିଂ, ଯୁଗଳ ଦେବତା ପ୍ରମୁଖ ଜୁରୀ ସଦସ୍ୟ ଭାବରେ ଯୋଗ ଦେଇଥିବା ଏହି ମହୋତ୍ସବରେ ଭାରତୀୟ ପାନୋରାମା ବିଭାଗରେ ୨୫ ଟି ଭାରତୀୟ ଭାଷାର ଚଳଚ୍ଚିତ୍ର ମଧ୍ୟରୁ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବରେ “ପ୍ରତୀକ୍ଷା” ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଥିଲା । ଚଳଚ୍ଚିତ୍ରର ପ୍ରଦର୍ଶନ ପରେ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ସମସ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର କାହାଣୀକୁ ନେଇ ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରଟି ଓଡ଼ିଆ ଦର୍ଶକଙ୍କ ସହ ଅଣ ଓଡ଼ିଆ ଦର୍ଶକଙ୍କୁ ମଧ୍ୟ ବାନ୍ଧି ରଖିବାରେ ସଫଳ ହୋଇଛି ।

Leave A Reply

Your email address will not be published.