ଶିଶୁ ଗୀତିନାଟ୍ୟ “ଅଭିମନ୍ୟୁ ବଧ” ପରିବେଷଣ ଦେଖି ଦର୍ଶକ ବିଭୋର*
“ପେସ ଫାଉଣ୍ଡେସନ” ଓ “ପିଙ୍କଉଡ଼” ଦ୍ବାରା ପ୍ରଯୋଜିତ ଗୀତିନାଟ୍ୟ “ଅଭିମନ୍ୟୁ ବଧ” ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ତ ହୋଇଛି l ଏହି କାର୍ଯ୍ୟକ୍ରମରେ ପିଙ୍କଉଡ଼ ର
ପ୍ରତିଷ୍ଠାତା ତଥା ବରିଷ୍ଠ ଅଭିନେତ୍ରୀ ସମାଜସେବୀ ପିଙ୍କି ପ୍ରଧାନ ଆମନ୍ତ୍ରିତ ଅତିଥି ସାଂସଦ ପ୍ରଦୀପ ପୁରୋହିତ,
ବିଧାୟକ ବାବୁ ସିଂ, ସମାଜସେବୀ ଜଗନ୍ନାଥ ପ୍ରଧାନ, ଦେବ ପ୍ରସାଦ ଦାଶ, ନିଶିକାନ୍ତ ମିଶ୍ର, ରାକ୍ଷୀ ଦାସ ଏବଂ କବିତା ଦଣ୍ଡପାଟଙ୍କୁ ସ୍ବାଗତ ଜଣାଇ କହିଥିଲେ ଯେ
ଓଡ଼ିଆ ଅସ୍ମିତାର ପରିଚୟ ଆମ କଳା ସଂସ୍କୃତି ଓ ସାହିତ୍ୟକୁ ଆଧୁନିକ ପିଢ଼ି ପାଖରେ ପହଂଚାଇବା ପାଇଁ
ଏହା ଏକ ଛୋଟ ଉଦ୍ୟମ | ଆମ ସମୃଦ୍ଧ ପରମ୍ପରାକୁ ଭୁଲି ଯାଉଥିବା ଯୁବପିଢ଼ିକୁ ପୁରୁଣା ସମୟ ସହିତ
ନାଟକ ମାଧ୍ୟମରେ ଯୋଡିବା ଆମର ଉଦେଶ୍ୟ |
ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ତ୍ତି, ଅବକାରୀ ଓ ଆଇନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଥିଲେ ଯେ, ଆମ ସମୃଦ୍ଧ କୁନି କୁନି କଳାକାର ମାନଙ୍କ ଅନନ୍ୟ ନାଟ୍ୟ ପ୍ରତିଭାର ପରିପ୍ରକାଶ ଦେଖିବାକୁ ମିଳିଛି l
ଆମ ସମୃଦ୍ଧ ପରମ୍ପରାକୁ ଭୁଲି ଯାଉଥିବା ଯୁବପିଢ଼ିକୁ ପୁରୁଣା ସମୟ ସହିତ ନାଟକ ମାଧ୍ୟମରେ ଯୋଡିବା ଆବଶ୍ୟକ ଏବଂ ପିଲାମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ପ୍ରକାଶ କରିବାର ଏ ଉଦ୍ୟମ ପ୍ରଶଂସନୀୟ । କଳାର ରାଜ୍ୟ ଓଡିଶାରେ କଳାର ପ୍ରକାଶ ଏବେ କମି କମି ଚାଲିଛି | ଆଜି କାଲି ମୋବାଇଲ ପଛରେ ପଡିଥିବା ପିଲା ମାନଙ୍କୁ ଏଭଳି କଳାତ୍ମକ କାର୍ଯ୍ୟ ସହିତ ଯୋଡିବା ପାଇଁ ଅଭିଭାବକ ମନେ ଅଗୋଇ ଆସିବା ଆବଶ୍ୟକ ।
ଅନ୍ୟତମ ସମ୍ମାନିତ ଅତିଥି ଭାବରେ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବିଶିଷ୍ଟ ଉଦ୍ୟୋଗୀ ଶ୍ରୀ ସୁରେଶ ପାଣିଗ୍ରାହୀ ଓ ସ୍ବତନ୍ତ୍ର ଅତିଥି , ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବ ଶ୍ରୀ ଦେବପ୍ରସାଦ ଦାଶ, ଫାଉଣ୍ଡର ଟିମ ଶ୍ରୀ ନିଶିକାନ୍ତ ମିଶ୍ର, ଅଭିନେତ୍ରୀ ଶ୍ରୀମତୀ ରାକ୍ଷୀ ଦାଶ ଓ ପ୍ରଧାନ ଶିକ୍ଷୟତ୍ରୀ, ସରକାରୀ ଉଚ୍ଚ ବିଦ୍ୟାଳୟ ଖଣ୍ଡଗିରି ଶ୍ରୀମତୀ କବିତା ଦଣ୍ଡପାଟ ଏଭଳି ଉଦ୍ୟମର
ଭୁୟସୀ ପ୍ରଶଂସା କରିଥିଲେ |
“କୁନି କଳାକାର କାରନାମା” ଦ୍ବାରା ପ୍ରସ୍ତୁତ ଏହି ଗୀତିନାଟ୍ୟଟି କୁ ନିଜ ଜୀବନ୍ତ ଅଭିନୟରେ ରୂପ
ଦେଇଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟ ଖଣ୍ଡଗିରି, ଜାଗମରା ଓ ସରକାରୀ ଉଚ୍ଚ ବିଦ୍ୟାଳୟ ବ୍ରହ୍ମେଶ୍ଵରର କୁନି କୁନି ବିଦ୍ୟାର୍ଥୀମାନେ । ଏହାର ନିର୍ଦେଶନା ସାତ୍ଵିକ ରାଜା ଓ ରାଜେଶ ମଲ୍ଲିଆ ଦେଇଥିବା ବେଳେ ସଂଗୀତ ନିର୍ଦେଶନା ଦେଇଥିଲେ ଅଜୟ ଚୌଧୁରୀ ଓ ନୃତ୍ୟ ନିର୍ଦେଶନା ଦେଇଥିଲେ ପୁଷ୍ପାଞ୍ଜଳି l