ରାଜ୍ୟସଭା ପାର୍ଥୀ ଘୋଷଣା କଲା ବିଜେଡି। ମାନସ, ସୁଲତା, ସସ୍ମିତ, ନିରଞ୍ଜନଙ୍କ ନାମରେ ବାଜିଲା ମୋହର
ଭୁବନେଶ୍ୱର(ଆମ ଟିଭି ): ରବିବାର ରାଜ୍ୟସଭା ପାର୍ଥୀ ଘୋଷଣା କଲା ବିଜେଡି। ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାମରେ ମୋହର ମାରିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସସ୍ମିତ ପାତ୍ରଙ୍କୁ ଦଳ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ପଠାଇଛି । ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ମଧ୍ଯ ଦଳ ରାଜ୍ୟସଭା ପାଇଁ ମନୋନୀତ କାରିଛି। ସେହିପରି ରାଜ୍ୟସଭା ସାଂସଦ ଥିବା ମହିଳା ସଶକ୍ତିକରଣ କ୍ଷେତ୍ରରେ କାମ କରୁଥିବା ସୁଲତା ଦେଓଙ୍କୁ ଦଳ ରାଜ୍ୟସଭା ଟିକେଟ୍ ଦେଇଛି । ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ବିଜେଡି ରାଜ୍ୟସଭା ଟିକେଟ୍ ଦେଇଛି ।