ବିଜେପି ଘୋଷଣା କଲା ଓବିସି ସେଲ୍ ଜୋନ୍ ଓ ଜିଲ୍ଲା ପ୍ରଭାରୀଙ୍କ ନାଁ

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ ଓବିସିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଅଭିଯାନକୁ ଜୋରଦାର କରି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ବିଜେପି ରାଜ୍ୟ ଓବିସି ସେଲ୍ ପକ୍ଷରୁ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି । ଦଳ ପକ୍ଷରୁ ୫ଟି ଜୋନ୍ ଓ ବିଭିନ୍ନ ଜିଲ୍ଲା ନିମନ୍ତେ ଓବିସି ପ୍ରଭାରୀଙ୍କ ନାଁ ଘୋଷଣା ହୋଇଛି।ବିଜେପିି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏହି ଘୋଷଣା କରିଛନ୍ତି । ପୂର୍ବ ଓଡ଼ିଶା ପାଇଁ ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁକାନ୍ତ ବିଶ୍ୱାଳ, ଉତ୍ତର ଓଡ଼ିଶା ପାଇଁ ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ଦକ୍ଷିଣ ଓଡ଼ିଶା ପାଇଁ ରାଜ୍ୟ ଉପସଭାପତି ରାମଚନ୍ଦ୍ର ବେହେରା, ସେଂଟ୍ରାଲ ଓଡ଼ିଶା ପାଇଁ ରାଜ୍ୟ ସଂପାଦକ ଦୁର୍ଗାପ୍ରସନ୍ନ ନାୟକ ଓ ପଶ୍ଚିମ ଓଡି଼ଶା ପାଇଁ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମୁକ୍ତା ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

ସେହିପରି ଜିଲ୍ଲା ପ୍ରଭାରୀ ଭାବେ କଟକ ସହର – ମହେଶ୍ୱର ଦାସ, କଟକ ସଦର – ନୃସିଂହ ସାହୁ, କେନ୍ଦ୍ରାପଡ଼ା – ଜଗନ୍ନାଥ ସ୍ୱାଇଁ, ଜଗତସିଂହପୁର – ଅମ୍ବିକା ସାମଲ, ପୁରୀ – ପ୍ରଶାନ୍ତ ନାୟକ , ନୟାଗଡ଼ – ସଂଗ୍ରାମ କେଶରୀ ନାୟକ, ଖୋର୍ଦ୍ଧା – ସୁକୁମାର ସାହୁ, ଭୁବନେଶ୍ୱର – ସୁବାଷ ଜେନା, ଯାଜପୁର – ଦୁର୍ଗା ପ୍ରସନ୍ନ ନାୟକ, ବାଲେଶ୍ୱର – ଉମାକାନ୍ତ ଦାସ, ଭଦ୍ରକ – ଜଗଦୀଶ ପ୍ରଧାନ, ବାରିପଦା – ସିଦ୍ଧାର୍ଥ ଶଙ୍କର ପତି, ରାଇରଙ୍ଗପୁର – ଚର୍ଚ୍ଚିଲ ମହାକୁଡ଼, କେନ୍ଦୁଝର – ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, କଳାହାଣ୍ଡି – ରାମଚନ୍ଦ୍ର ବେହେରା, କୋରାପୁଟ – ବୀରଭଦ୍ର ଆଚାରି, ମାଲକାନଗିରି – ବଳରାମ ସୁବୁଦ୍ଧି; ରାୟଗଡ଼ା – ମୃତ୍ୟୁଞ୍ଜୟ ମହାରଣା, ନବରଙ୍ଗବପୁର – ବିଜୟ ସାମଲ, ଗାମ – ଗୋପାଳ କୃଷ୍ଣ ଗୌଡ଼, ଗଜପତି – ବନିନ୍ଦ୍ର ସାହୁ, ଘୁମୁସର – ପ୍ରଶାନ୍ତ କୁମାର ନାୟକ, ବୌଦ୍ଧ -ରୁଦ୍ର କିଶୋର ମାହଲା, ସୋନପୁର – ଦୀଲିପ କର୍ସେଲ, କନ୍ଧମାଳ – ସୁବାଷ ପ୍ରଧାନ, ଢେଙ୍କାନାଳ – ସାବିତ୍ରୀ ବିଶ୍ୱାଳ, ଅନୁଗୁଳ – ଚନ୍ଦ୍ରଗୁପ୍ତ ପ୍ରସାଦ, ଦେବଗଡ – ସନାତନ କର୍ମୀ, ସମ୍ବଲପୁର – ଉମାଶଙ୍କର ପଟେଲ, ବରଗଡ଼- ସଂଯୁକ୍ତା ପ୍ରଧାନ, ବଲାଙ୍ଗିର – ଦେବାଶିଷ ପ୍ରିୟଦର୍ଶନୀ ସାହୁ, ଝାରସୁଗୁଡା – ରାଧେଶ୍ୟାମ ବାରିକ, ସୁନ୍ଦରଗଡ଼ – ପ୍ରଭାତ କୁମାର ସାହୁ, ସୁନ୍ଦରଗଡ଼ (ପାନପୋଷ) – ଧନେଶ୍ୱର ମହନ୍ତ, ସୁନ୍ଦରଗଡ (ବଣାଇ) – ସଞ୍ଜିତ ସାହୁ ଏବଂ ନୂଆପଡ଼ା – ଶଶାଙ୍କ ଶେଖର ମାହାଲାଙ୍କ ନାମ ଘୋଷଣା କରାଯାଇଛି।

Leave A Reply

Your email address will not be published.