ନୂଆଦିଲ୍ଲୀ: ୧୧ ଦିନ ପରେ ମିଳିଲା ମଡେଲଙ୍କ ମୃତଦେହ । ଗୁରୁଗ୍ରାମ ମଡେଲ ତଥା ଗ୍ୟାଙ୍ଗଷ୍ଟର ସନ୍ଦୀପ ଗଡୋଲିଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ୨୭ ବର୍ଷୀୟ ଦିବ୍ୟା ପାହୁଜାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୁରୁଗ୍ରାମ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ହତ୍ୟାକାଣ୍ଡର ୧୧ ଦିନ ପରେ ଶନିବାର ଦିନ ମଡେଲ ଦିବ୍ୟାଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛି । ୨ ଜାନୁୟାରୀ ୨୦୨୪ ର ରାତିରେ ଗୁରୁଗ୍ରାମର ସିଟି ପଏଣ୍ଟ ହୋଟେଲରେ ଦିବ୍ୟାଙ୍କୁ ହତ୍ୟା କରାଯାଇଥିଲା। ହରିୟାଣାର ଟୋହନାସ୍ଥିତ ଏକ କେନାଲ ଭିତରୁ ଦିବ୍ୟାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ପୋଲିସର ସୂଚନାନୁସାରେ, ଦିବ୍ୟା ପାହୁଜାଙ୍କ ମୃତଦେହର ଏକ ଫଟୋ ତାଙ୍କ ପରିବାର ସଦସ୍ୟଙ୍କ ନିକଟକୁ ପଠାଯାଇଥିଲା ଯେଉଁ ମାନେ ମୃତ ଦେହର ଚିହ୍ନଟ କରିଥିଲେ । ଯାହା ପରେ ଏହା ସ୍ପଷ୍ଟ ହୋଇଛି ଯେ ମୃତ ଦେହଟି ତାଙ୍କ ମୃତଦେହଟି ଦିବ୍ୟାଙ୍କର ବୋଲି । ଫତେହାବାଦର ତୋହାନା ନିକଟ କେନାଲରୁ ଏନଡିଆରଏଫ ଟିମ୍ ସହାୟତାରେ ଦିବ୍ୟାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଦେହର ଅବସ୍ଥା ଦେଖି ପୋଲିସ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଥିଲା ।