ଆରମ୍ଭ ହେଲା ପାହାଳ ସ୍ଥିତ ‘ଖୁସି କ୍ୟାପେଲା’ ର ବୁକିଂ

0

ଭୁବନେଶ୍ୱର(ଆମ ଟିଭି): ଭୁବନେଶ୍ୱରର ପାହାଳ ନିକଟରେ ତିଆରି ଚାଲିଛି ନୂତନ ଭାବରେ ପରିକଳ୍ପିତ ଏବଂ ଅତି ସୁନ୍ଦର ଭାବରେ ନିର୍ମିତ ଚମତ୍କାର ସୁ-ଉଚ୍ଛ ଟାୱାର ଆପାର୍ଟମେଣ୍ଟ୍ ‘ଖୁସି କ୍ୟାପେଲା’ । ଆସନ୍ତା ୩ ଫେବୃଆରୀ ଠାରୁ ସାଧାରଣ ଜନତାଙ୍କ ପାଇଁ ବହୁ ପ୍ରତୀକ୍ଷିତ ‘ଖୁସି କ୍ୟାପେଲା’ର ବୁକିଂ ଆରମ୍ଭ ହେବାକୁ ଯାଉଛି । ଗୁଣାତ୍ମକ ଓ ସମସ୍ତ ଆଧୁନିକ ସୁବିଧା ସହିତ ସହର ଅତିନିକଟରେ ନୂତନ ଜ୍ଞାନ କୌଶଳରେ ନିର୍ମିତ ‘ଖୁସି କ୍ୟାପେଲା’ ଚାହିଦା ବଜାରରେ ବହୁତ ରହିଛି । ଏହି ଅବସରରେ ଖୁସି କାପେଲାର ଆଧୁନିକ ଏକ୍ସପିରିଏନ୍ସ ସେଣ୍ଟର ଉଦଘାଟନ ହୋଇଥିଲା।ଏଥିସହ ଭରଚୁଆଲ ଓ୍ବାକଥୃ ଓ ମିନିଏଚର ପ୍ରୋଜେକ୍ଟ ମଡେଲସ ଓ ଥ୍ରିଡି ଇନଷ୍ଟଲେସନ ମଧ୍ୟ ଲୋକାର୍ପଣ ହୋଇଥିଲା।

‘ଖୁସି କ୍ୟାପେଲା’ର ବିଶେଷ୍ୟତ:
– ୨ ଟାୱାର ରେ ୨୪୨ ଆପାର୍ଟମେଣ୍ଟ (୬୦୬୩୮.୬୭ ବର୍ଗ ମିଟର)
– ବାସ୍ତୁ ଉପଯୋଗୀ ସବୁଠାରୁ ଉତ୍ତମ ଆପାର୍ଟମେଣ୍ଟ
– ୨୪୨ ପରିବାର ପାଇଁ ୩୦ରୁ ଅଧିକ ଅତ୍ୟାଧୁନିକ ସୁବିଧା
– ଆଇଜିବିସି ଗୋଲ୍ଡ ଗ୍ରୀନ ସାର୍ଟିଫିକେଟ୍ ସହ
– ୬୦% ନିର୍ମାଣ ବିହୀନ ସ୍ଥାନ
– ସର୍ବନିମ୍ନ ଦୁଇ ପାର୍ଶ୍ୱ ଖୋଲା ଆପାର୍ଟମେଣ୍ଟ
– ଅତ୍ୟାଧୁନିକ ସଜ୍ଜିତ ଭୋଜି ହଲ୍, ଆଧୁନିକ ଜିମ୍, ଅତ୍ୟାଧୁନିକ ସୁଇମିଂ ପୁଲ୍
– ପିଲାମାନଙ୍କ ପାଇଁ ଇନଡୋର ଏବଂ ଆଉଟଡୋର ପ୍ଲେ ଏରିଆ, ସୁଇମିଂ ପୁଲ୍
– ସମସ୍ତ ଟାୱାର ପାଇଁ ଉତ୍ସର୍ଗୀକୃତ ଆଗମନ ଲବି
– ହାଇ ଲାଇଫ୍ ଷ୍ଟାଇଲ୍ କ୍ଲବ୍, ଲ୍ୟାଣ୍ଡସ୍କେପ୍ ବଗିଚା
– ସମସ୍ତ ବୟସ ବର୍ଗଙ୍କ ପାଇଁ ତିଆରି ଏହି ପ୍ରକଳ୍ପ

ଆପାର୍ଟମେଣ୍ଟର ନିକଟରେ ଅଛି ଓଡ଼ିଶା ବହୁ ସୁନାମଧନ୍ୟ ବିଦ୍ୟାଳୟ, ଡାକ୍ତରଖାନା, ବ୍ୟାଙ୍କ ଓ ମଲ୍ । ବୟୋଜେଷ୍ଠ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରକଳ୍ପକୁ ଅତ୍ୟନ୍ତ ଯତ୍ନର ସହ ତିଆରି କରାଯାଇଛି ଯେପରି ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଖୁସି କ୍ୟାପେଲା’ର ପ୍ରମୁଖ ବିଶେଷ୍ୟତ ଏହିକିଯେ ଏହାର ଏକ୍ସପିରିଏନ୍ସ ସେଣ୍ଟର୍ ଭୁନେଶ୍ବରର ସବୁଠାରୁ ଅତ୍ୟାଧୁନିକ ସୁ-ଉଚ୍ଛ ଟାୱାର ଆପାର୍ଟମେଣ୍ଟ୍ ମଧ୍ୟରେ ଏକମାତ୍ର ପ୍ରକଳ୍ପ। ସମସ୍ତ ବିଳାସପୂର୍ଣ୍ଣ ଓ ଅତ୍ୟାଧୁନିକ ସେବା ସହ ଏହି ଏକ୍ସପିରିଏନ୍ସେ ସେଣ୍ଟର୍ ଆପଣଙ୍କ ପାଇଁ ଏକ ବିଶ୍ୱସନୀୟ ସ୍ବପ୍ନର ଘର ସହ ମିଳିବ ଯାହା କେବଳ ଖୁସି ରିଅଲକନ୍ ପ୍ରାଇଭେଟ ଲିମିଟେଡ୍ ଆପଣମାନଙ୍କ ପାଇଁ ତିଆରି କରିଛି ।

ଖୁସି ରିଅଲକନ୍ ର ନିର୍ଦ୍ଦେଶକ ଶ୍ରୀ ଗୌରବ ଅଗ୍ରୱାଲ, କହିଛନ୍ତି ଯେ ଆମର ଏହି ସମ୍ମାନଜନକ ପ୍ରକଳ୍ପ ପାଇଁ ବୁକିଂ ଆରମ୍ଭ ହେବାକୁ ଯାଉଥିବାରୁ ଆମେମାନେ ବହୁତ ଉତ୍ସାହିତ । ଉତ୍କୃଷ୍ଟ ସୁବିଧା ସୁଯୋଗ, ୟୁନିଟ୍ ଲେଆଉଟ୍, ସ୍ବିମିଂ ପୁଲ୍, ସ୍ପା, ଜିମ୍ ଓ କାଫେଟାରିଆ ଆଦି ସୁବିଧା ସହ ସମସ୍ତ ଘରକୁ ଉତ୍ତମ ସୂର୍ୟାଲୋକ, ପବନ ଓ ପ୍ରକଳ୍ପର ଉପସ୍ଥିତି ‘ଖୁସି କ୍ୟାପେଲା’ର ପ୍ରମୁଖ ବିଶେଷ୍ୟତ । ୨୪୨ ପରିବାର ପାଇଁ ଏହି ପ୍ରକଳ୍ପ ବହୁତ ଭଲ କାରଣ ଏହା ଅତ୍ୟନ୍ତ ଛୋଟ କି ଅତ୍ୟନ୍ତ ବଡ଼ ନୁହେଁ ।

ଖୁସି ରିଅଲକନ୍ ପ୍ରାଇଭେଟ ଲିମିଟେଡ୍ ଏହାର ଗ୍ରାହକମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଗତ ଦଶନ୍ଧି ର ସମସ୍ତ ଶିଳ୍ପ-ପର୍ୟ୍ୟବେକ୍ଷକମାନଙ୍କ ଦ୍ୱାରା ପୁରସ୍କୃତ । ଶ୍ରୀ ଗୌରବ ଅଗ୍ରୱାଲ, ଶ୍ରୀ ସଞ୍ଜୟ ବନସାଲ୍ ଏବଂ ଶ୍ରୀ ପ୍ରଦୀପ ଠକର ହେଉଛନ୍ତି ଖୁସୀ ରିଅଲକନ୍ ର ମୂଳ ପ୍ରତିଷ୍ଠତା ଯାହାର ଲୁହା ଏବଂ ଇସ୍ପାତ, ନିର୍ମାଣ ଏବଂ ଖଣି ଶିଳ୍ପରେ ପୃଷ୍ଠଭୂମି ରହିଛି । ଖୁସି ରିଅଲକନ୍ ନିରନ୍ତର ଭାବରେ ତାର ଗ୍ରାହକମାନଙ୍କୁ ଉତ୍ତମ ସେବା ସହ ଉନ୍ନତ ମନର ଘର ଯୋଗାଇଆସିଛି ଏବଂ ଆଗକୁ ମଧ୍ୟ ଜାରିରଖିବ ବୋଲି ଏହାର ପ୍ରତିନିଧି ମାନେ କହିଛନ୍ତି ।

Leave A Reply

Your email address will not be published.