ଗୋଟାଏ ଟିକେଟକୁ ୪୦ ହଜାରରେ ବିକ୍ରିକରି ମନ୍ଧା ହେଲା ଦଲାଲ

0

ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ବୁଧବାର ଚଳିତ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖେଡେରେ ଖେଳାଯିବ। ତେବେ ଏହି ମ୍ୟାଚ୍‌ ପୂର୍ବରୁ ବ୍ଲାକ୍‌ରେ ବିକ୍ରି ହୋଇଛି ଟିକେଟ୍‌। ୨୫୦୦ ଟଙ୍କାର ଟିକେଟ୍‌କୁ ୪୦ ହଜାର ଟଙ୍କାରେ ବିକ୍ରି କରିଛନ୍ତି ଦଲାଲ। ଏହି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ମୁମ୍ବାଇ ପୁଲିସ ଆଜି ଗିରଫ କରିଛି।

ପୁଲିସ ସୂଚନା ମୁତାବକ, ବ୍ଲାକରେ ଟିକେଟ୍‌ ବିକି ବନ୍ଧା ହୋଇଥିବା ଅଭିଯୁକ୍ତ ଜଣକ ଆକାଶ କୋଠାରୀ। ତାଙ୍କ ବୟସ ୩୦ ବର୍ଷ। ଜୋନ୍‌-୧ର ଡିସିପି ପ୍ରବୀଣ ମୁଣ୍ଡେଙ୍କ ମୁତାବକ, ଏକ ଗୁପ୍ତ ସୂଚନା ମିଳିବା ପରେ ଜେଜେ ମାର୍ଗ ପୁଲିସ ଏକ ଟିମ୍‌ ଗଠନ କରି ମଲାଡ ଅଞ୍ଚଳରେ ଚଢ଼ାଉ କରିଥିଲା। ସେଠାରୁ ଆକାଶ କୋଠାରୀଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଅନୁସନ୍ଧାନ ବେଳେ ତାଙ୍କ ଫୋନ୍‌ରୁ କିଛି ମେସେଜ ଏବଂ କିଛି ଡକ୍ୟୁମେଣ୍ଟ ମଧ୍ୟ ମିଳିଛି।

Leave A Reply

Your email address will not be published.