କଟକ(ଆମ ଟିଭି): ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲର ବିକଳ ସ୍ଥିତି। କଟକ ଖାନନଗର ରାସ୍ତାରେ ଚାଲିପାରିଲାନି ବସ୍। ଗତ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକବହୁ ଆଡମ୍ବରରେ ଏହାର ଉଦଘାଟନ କରିଥିଲେ, ହେଲେ ଉଦଘାଟନକୁ ମାତ୍ର ୨ ଦିନ ବିତିନି, ଦୁର୍ବଳ ଚିତ୍ର ପଦାରେ ପଡିଛି। ବସ୍ ଷ୍ଟାଣ୍ଡରେ କେଉଁଠି ପାଣି ନାହିଁ ତ, କେଉଁଠି ନବନିର୍ମିତ ବ୍ଲକ ବିପର୍ୟ୍ୟସ୍ତ ହୋଇପଡିଛି। ଦୋକାନ ନଥିବାରୁ ଯାତ୍ରୀଙ୍କ ପାଇଁ ଚା’ ବିସ୍କୁଟ ପାଣି କିଣିବାକୁ ପର୍ୟ୍ୟାପ୍ତ ବ୍ୟବସ୍ଥା ବି ନାହିଁ ।
ସେପଟେ ଭିତିଭୂମି ପ୍ରସ୍ତୁତ ହୋଇନଥିବା ବେଳେ କାହିଁକି ଏଭଳି ସିଏନବିଟିକୁ ଉଦଘାଟନ କରାଗଲା, ସେନେଇ ପ୍ରଶ୍ନ ଉଠିଛି। ପ୍ରଥମ ଦିନରେ ଖାନନଗର ରାସ୍ତା ଦେଇ ଟର୍ମିନାଲରୁ ୫ଶହରୁ ଅଧିକ ବସ୍ ଯିବାର ଥିବା ବେଳେ ଏହାକୁ ଶେଷ ସମୟରେ ବନ୍ଦ କରିଛି ପ୍ରଶାସନ। ଫଳରେ ସମସ୍ତ ବସ୍ ଲିଙ୍କ ରୋଡ ଯିବା କାରଣରୁ ଅତ୍ୟଧିକ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି।