ଫାଇନାଲ ପୂର୍ବରୁ ଦଳର ଅଧିନାୟକ ଆହତ
ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍ର ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଭାରତକୁ ବଡ ଝଟ୍କା। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ପ୍ରାକ୍ଟିସ ମ୍ୟାଚ୍ ବେଳେ ରୋହିତ ଶର୍ମାଙ୍କ ଡାହାଣ ହାତରେ ଆଘାତ ଲାଗିଛି। ଆହତ ହେବା ମାତ୍ରେ ରୋହିତ ତୁରନ୍ତି ନିଜ ଅଭ୍ୟାସ ମ୍ୟାଚ୍ ବନ୍ଦ କରିଦେଇଥିଲେ। ତାଙ୍କ ହାତରେ ବରଫ ପ୍ୟାକ୍ ଦିଆଯାଇଛି। ତେବେ ରୋହିତଙ୍କୁ ଲାଗିଥିବା ଆଘାତ କେତେ ଗୁରୁତର ସେ ନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ସୂଚନାଯୋଗ୍ୟ ଯେ ରୋହିତଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଟି -୨୦ ବିଶ୍ୱକପ ଖେଳୁଛି। ଗତ ବର୍ଷ ବିରାଟଙ୍କ ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ଦଳର କ୍ୟାପଟେନ୍ ଦାୟିତ୍ୱ ଦିଆଯାଇଥିଲା। ରୋହିତଙ୍କ ଅଧିନାୟକତ୍ୱରେ ଦଳ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି।