କାର-ବାଇକ ମୁହାଁମୁହିଁ ଧକ୍କା, ସ୍ବାମୀ-ସ୍ତ୍ରୀ ମୃତ
ବରଗଡ( ଆମ ଟିଭି): ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ସରଣ୍ଡାପାଲିରେ ଅଘଟଣ। ଭାରସାମ୍ୟ ହରାଇ କାର-ବାଇକ ମୁହାଁମୁହିଁ ଧକ୍କା ଫଳରେ ସ୍ବାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ଗଣେଶ ରାମ ସାହୁ ଓ ତାଙ୍କ ପତ୍ନୀ ସନ୍ତୋଷୀନି ସାହୁ । ବିଜେପୁର ନିକଟରେ ଥିବା କେଶେଇପାଲି ଗ୍ରାମର ଗଣେଶ ରାମ ସାହୁ ଓ ତାଙ୍କ ପତ୍ନୀ ସନ୍ତୋଷୀନି ସାହୁ ଏକ ବାଇକରେ ଏକ ବାହା ଘରରେ ଯୋଗ ଦେବା ପାଇଁ ଯାଉଥିଲେ। ସାମ୍ନା ପଟୁ ଆସୁଥିବା ଏକ କାର ସହ ମୁହାଁ ମୁହିଁ ଧକ୍କା ଦେବାରୁ ଘଟଣା ସ୍ଥଳରେ ହିଁ ଗଣେଶଙ୍କ ମୃତ୍ୟୁ ହୋଇଥିଲା। ତେବେ ପତ୍ନୀ ସନ୍ତୋଷିନୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି।