କରୋନା ପାଇଁ ସତର୍କ କରାଇଲେ କେନ୍ଦ୍ର

0

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଦେଶରେ ପୁଣି ଥରେ ମେଲାଇଛି କାୟା। ହୁ ହୁ ହୋଇ ପୁଣିଥରେ ବଢ଼ି ଚାଲିଛି ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କ ରହିବାକୁ ଲୋକଙ୍କୁ ପରାଶର୍ମ ଦେଇଛି କେନ୍ଦ୍ର। ଲଗାତର ଦୁଇ ବର୍ଷ କରୋନା କଲବଲ କରିବା ପରେ ସ୍ଥିତିରେ ସୁଧାର ଆସିଥିଲା। ସାମାନ୍ୟ ହୋଇଥିଲା ଜନଜୀବନ । କିନ୍ତୁ ଏବେ ପୁଣି ଥରେ ଘାରିଛି କରୋନା ଭୟ। କରୋନାକୁ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଛି।

ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ଦେଶବାସୀଙ୍କୁ ଆଗୁଆ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କିଛି ଦେଶରେ କରୋନା ମାମଲା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନେଇ ସ୍ଥିତିର ସମୀକ୍ଷା କରାଯାଇଛି। କରୋନା ଏବେ ଶେଷ ହୋଇନାହିଁ। ତେଣୁ ସତର୍କତା ଅବଲମ୍ବନ କରିବା ସହ ଏହାଉପରେ କଡା ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆମେ ଯେକୌଣସି ପରିସ୍ଥିତିକୁ ସାମ୍ନାକୁ କରିବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି।

ସେପଟେ ୫ଟି ଦେଶ ଉପରେ କଡା ନଜର ରଖିବା ସତ୍ତ୍ୱେ ଆମେ କରୋନାକୁ କାବୁ କରି ପାରିବା ନାହିଁ । ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ପାଇଁ ପ୍ରଟୋକଲ ଜାରି କରିବା ଉଚିତ ବୋଲି ଆଇସିଏମ୍‌ଆର୍ ମୁଖ୍ୟ କହିଛନ୍ତି ।

Leave A Reply

Your email address will not be published.