ସିବିଆଇକୁ ନେଇ ସୁପ୍ରିମକୋର୍ଟରେ ଏମିତି ଉତ୍ତର ରଖିଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ:କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି। ସିବିଆଇ ଏକ ସ୍ବାଧୀନ ଆଇନଗତ ଅନୁଷ୍ଠାନ ଏବଂ ଏହା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ କେନ୍ଦ୍ର ସରକାର କହିଛନ୍ତି।
ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଯେ, ରାଜ୍ୟରେ ୧୨ଟି ମାମଲାର ଶୁଣାଣିରୁ ସିବିଆଇ ହଟାଯାଉ। ରାଜ୍ୟ ସରକାରଙ୍କ ଅଧୀନରେ ଥିବା କୌଣସି ମାମଲାର ତଦନ୍ତ ପାଇଁ ରାଜ୍ୟ ସମ୍ମତି ବାଧ୍ୟତାମୂଳକ କରାଯାଇଛି। ଏହା ସତ୍ତ୍ୱେ ସିବିଆଇ ଏଫଆଇଆର ପଞ୍ଜିକରଣ କରୁଛି ଏବଂ ଅନୁସନ୍ଧାନ କରୁଛି। ସମ୍ବିଧାନର ଧାରା ୧୩୧ ଅନୁଯାୟୀ ବଙ୍ଗଳା ସରକାର ସର୍ବୋଚ୍ଚ କୋର୍ଟରେ ମାମଲା ଦାୟର କରିଛନ୍ତି।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ତରଫରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ ବି.ଆର ଗାଭାଇ ଏବଂ ଅରବିନ୍ଦ କୁମାରଙ୍କ ବେଞ୍ଚକୁ କହିଛନ୍ତି ଯେ, ବଙ୍ଗଳା ସରକାରଙ୍କ ଆବେଦନ ଶୁଣାଣି ଯୋଗ୍ୟ ନୁହେଁ, କାରଣ ଧାରା ୧୩୧ ଅନୁଯାୟୀ ସିବିଆଇ ବିରୋଧରେ ମାମଲା ଦାୟର ହୋଇପାରିବ ନାହିଁ।
ସୂଚନାଯୋଗ୍ୟ, ନଭେମ୍ବର ୧୬, ୨୦୧୮ରେ ପଶ୍ଚିମବଙ୍ଗ ସରକାର ସିବିଆଇକୁ ରାଜ୍ୟରେ ଅନୁସନ୍ଧାନ ଏବଂ ଚଢାଉ କରିବା ପାଇଁ ଦିଆଯାଇଥିବା ‘ସାଧାରଣ ସମ୍ମତି’ ପ୍ରତ୍ୟାହାର କରି ନେଇଥିଲେ। ଚିଟ ଫଣ୍ଡ, କୋଇଲା ଚୋରି, ରାସନ ବଣ୍ଟନ ଦୁର୍ନୀତି ଏବଂ ନିଯୁକ୍ତି ଦୁର୍ନୀତି ସହ ଜଡିତ ଅନେକ ମାମଲାର ସିବିଆଇ ଅନୁସନ୍ଧାନ କରୁଛି।

Leave A Reply

Your email address will not be published.