ଡିପଫେକ ଭିଡ଼ିଓକୁ ନେଇ କଡ଼ା ଆଭିମୁଖ୍ୟ ନେଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ (ଆମ ଟିଭି): ଡିପଫେକ କୁ ନେଇ ଏବେ ସବୁଠି ଚର୍ଚ୍ଚା । ଡିପଫେକ୍ ସମସ୍ୟାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ ସାମାଜିକ ଗଣମାଧ୍ୟମକୁ ତାଗିଦ୍ କରାଯାଇଛି । ସାଧାରଣ ଲୋକମାନେ ଡିପଫେକ୍ ଦ୍ୱାରା ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେନେଇ ସୁନିଶ୍ଚିତ କରିବାକୁ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡିକୁ ରୋକଠୋକ୍ ଶୁଣାଇ ଦେଇଛନ୍ତି କେନ୍ଦ୍ର ସରକାର ।

ଡିପଫେକକୁ ‘ଜାଲିଆତି’ ବର୍ଗରେ ରଖି ଅପରାଧିକ ମାମଲା ଆରମ୍ଭ କରାଯାଇ ପାରିବ ବୋଲି କମ୍ପାନୀଗୁଡିକୁ ସରକାର ତାଗିଦ୍ କରିଛନ୍ତି । ଡିପଫେକକୁ ନେଇ ଗତ ନଭେମ୍ବର ୨୪ ତାରିଖରେ ଏକ ବୈଠକ ହୋଇଥିଲା । ସେଥିରେ ହୋଇଥିବା ନିଷ୍ପତ୍ତିକୁ ସାତ ଦିନ ଭିତରେ ଲାଗୁ କରିବାକୁ କମ୍ପାନୀଗୁଡିକୁ କୁହାଯାଇଥିଲା । ପରେ ଏ ଦିଗରେ ସାମାଜିକ ଗଣମାଧ୍ୟମର ପଦକ୍ଷେପକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

Leave A Reply

Your email address will not be published.