ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ୭୫ ଟଙ୍କିଆ କଏନ ଜାରି କରିବେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ (ଆମ ଟିଭି): ୨୮ ତାରିଖରେ ଦେଶକୁ ନୂଆ ସଂସଦ ଭବନ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆ ସଂସଦ ଭବନ ଉଦ୍ଘାଟନ ଅବସରରେ କେନ୍ଦ୍ର ସରକାର ୭୫ ଟଙ୍କିଆ ସ୍ମାରକୀ ଧାତବ ମୁଦ୍ରା (କଏନ୍) ଜାରି କରିବେ ବୋଲି ଗୁରୁବାର ଦିନ ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି। ମେ ୨୫ ତାରିଖରେ ଜାରି କରାଯାଇଥିବା ‘ଗେଜେଟ୍’ ବିଜ୍ଞପ୍ତିରେ ଅର୍ଥମନ୍ତ୍ରାଳୟ କହିଛି ଯେ, ‘କଏନେଜ୍ ରୁଲ୍ସ ୨୦୨୩’ ଅନୁଯାୟୀ ଏହି ସ୍ମାରକୀ ମୁଦ୍ରା ଜାରି କରାଯିବ। ନୂଆ ସଂସଦ ଭବନ ଉଦ୍ଘାଟନ ଉତ୍ସବ ଅବସରରେ କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ବରେ ଜାରି ହେବାକୁ ଥିବା ଏହି ୭୫ ଟଙ୍କିଆ ଧାତବ ମୁଦ୍ରା ଟଙ୍କାଶାଳରେ ନିର୍ମାଣ କରାଯିବ।

ରୂପା, ତମ୍ବା, ନିକେଲ୍ ଓ ଦସ୍ତା ଧାତୁ ସମିଶ୍ରଣରେ ଏହି ୭୫ ଟଙ୍କିଆ ମୁଦ୍ରା ନିର୍ମାଣ କରାଯିବ। ୪୪ ମିଲିମିଟର୍ ଗୋଲେଇ ବିଶିଷ୍ଟ ଏହି ଧାତବ ମୁଦ୍ରାରେ ରହିବ ୨୦୦ଟି ଦାନ୍ତି। ଏହାର ସମ୍ମୁଖ ପାର୍ଶ୍ବରେ ରହିବ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଙ୍କେତ ସିଂହ। ତା’ ତଳକୁ ଥିବ ଦେବନାଗରୀ ଲିପିରେ ଲିଖିତ ‘ସତ୍ୟମେବ ଜୟତେ’।

 

Leave A Reply

Your email address will not be published.