ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥଦଉଡ଼ି

0

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥଦଉଡ଼ି। ସମୁଦାୟ ୨୬ଟି ଦଉଡ଼ି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏହି ଦଉଡ଼ିକୁ।

ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି ପ୍ରସ୍ତୁତିରେ ଲାଗିଥିଲେ। ତିନିରଥ ପାଇଁ ୧୪ ଖଣ୍ଡ ରଥଟଣା ଦଉଡି ଥିବାବେଳେ ଆଉଟର୍, ଇନର୍, ଜେନେରାଲ୍ ଓ ପୁଲିସ ପାଇଁ ତିନୋଟି ଲେଖାଏଁ ସମୁଦାୟ ୧୨ଟି ଦଉଡ଼ି ରହିଛି। ରଥଟଣା ପାଇଁ ରଥ ଦଉଡ଼ିର ଲମ୍ବ ୨୨୦ ଫୁଟ, ଗୋଲେଇ ୮ ଇଞ୍ଚ ରହିଛି।

ସେହିପରି ଅନ୍ୟ ଦଉଡି଼ର ଗୋଲେଇ ଚାରି ଇଞ୍ଚ ଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ରଥ ତତ୍ତ୍ୱା ବଧାରକ ସୁଦର୍ଶନ ମେକାପ। ଆସନ୍ତା ଜୁୁଲାଇ ୭ ତାରିଖରେ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ନିର୍ବାଚନ ଥିବାରୁ ଆଦର୍ଶ ଆଚରଣ ବିଧିକୁ ଗୁରୁତ୍ୱର ସହ ନେଇ କାମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

Leave A Reply

Your email address will not be published.