ଭୁବନେଶ୍ବର(ଆମ ଟିଭି): ଓଡ଼ିଶାରେ ନୂଆ ରୂପ ପାଉଛି ସରକାରୀ ସ୍କୁଲ । ଅତ୍ୟାଧୁନିକ ରୂପ ପାଉଛି ସ୍କୁଲ । ଘରୋଇ ବିଦ୍ୟାଳୟ ପରି ସରକାରୀ ବିଦ୍ୟାଳୟରେ ବି ମିଳୁଛି ସମସ୍ତ ପ୍ରକାର ସୁବିଧା । ଏହି କ୍ରମରେ ଚତୁର୍ଥ ପର୍ଯ୍ୟାୟରେ ୩୨୭ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିସବୁ ବିଦ୍ୟାଳୟର ଲୋକାର୍ପଣ କରିଛନ୍ତି । ୬ଟି ଜିଲ୍ଲାରେ ଏହି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଚତୁର୍ଥ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ୩୫ ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍କୁଲକୁ ନୂଆ ରୂପ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଛାତ୍ରଛାତ୍ରୀ କୃତଜ୍ଞତା ଜଣାଇଛନ୍ତି । ସେହିପରି ବାଲେଶ୍ବରରେ ୭୬ଟି, ଗଜପତି ଜିଲ୍ଲାରେ ୨୮, ଢେଙ୍କାନାଳରେ ୬୩, କେନ୍ଦୁଝରରେ ୪୫ ଓ କଟକରେ ୮୦ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।