୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଯାଇଛି । ୧୨ ହଜାର ୧୫୬ କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟରେ ‘ସୁଭଦ୍ରା’ ଯୋଜନା ପାଇଁ ୧୧୯୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେହିଭଳି ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ଏଥିରେ ରତ୍ନଭଣ୍ଡାର ମରାମତି ଓ ରକ୍ଷଣାବେକ୍ଷଣ କରିବା ବ୍ୟବସ୍ଥା କରାଯିବ ।