ବାରବାଟୀରେ T-20 ମ୍ୟାଚ୍ ଦେଖିବେ ମୁଖ୍ୟମନ୍ତ୍ରୀ, କିଣିଲେ ଟିକେଟ
ଭୁବନେଶ୍ଵର (ଆମ ଟିଭି):ବାରବାଟୀରେ T-20 ମ୍ୟାଚ୍ ଦେଖିବେ ମୁଖ୍ୟମନ୍ତ୍ରୀ। ବାରବାଟୀ ଷ୍ଟାଡିୟମରେ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା T-20 ମ୍ୟାଚର ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସଠାରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଟିକେଟ ପ୍ରଦାନ କରିଛନ୍ତି ।
ଏହାସହ ଓସିଏ ସଂପାଦକ ମ୍ୟାଚର ପ୍ରସ୍ତୁତି ଓ ସୁରୁଖୁରୁରେ ଟିକେଟ ବିକ୍ରି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏହି ଅବସରରେ ଏଚଡିଏଫସି ବ୍ୟାଙ୍କ ଜୋନାଲ ହେଡ ଦୀପକ ସିଂ ଓ ଉପସଭାପତି ଅନିମେଶ ବିଶ୍ୱାଳ ଉପସ୍ଥିତ ଥିଲେ ।