ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଟାର୍ଗେଟ୍‌, କହିଲେ ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ସରୁଥିଲା ତାଙ୍କୁ…

0

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଆୟୋଜିତ ହୋଇଥିବା ନିଯୁକ୍ତି ମେଳାରେ ପୂର୍ବ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମାଲୋଚନା କରି କହିଛନ୍ତି, ପୂର୍ବ ସରକାରରେ ନିୟମିତ ନିଯୁକ୍ତି ଦିଆଯାଉ ନ ଥିଲା। ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ସରୁଥିଲା, ତାହା ବି ପୂରଣ କରାଯାଉ ନ ଥିଲା ବରଂ କେତେକଙ୍କୁ ଠିକା କର୍ମଚାରୀ ଭାବେ ରଖି କାମ ଚଳାଇ ନିଆଯାଉଥିଲା। ନିୟମିତ କର୍ମଚାରୀ ନ ଥିବାରୁ ବଜେଟ୍‌ ଖର୍ଚ୍ଚ ହୋଇ ପାରୁ ନ ଥିଲା। ଆଉଟସୋର୍ସିଂ କର୍ମଚାରୀ ରହିଲେ ତଥ୍ୟ ବାହାରକୁ ଯିବା ଆଶଙ୍କା ରହୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭାଜପା ସରକାରର ୧୭ ମାସରେ ୩୭,୯୧୬ ଜଣଙ୍କୁ ନିଯୁକ୍ତି ମିଳିଛି। ନିଯୁକ୍ତି ମେଳାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତ୍ରୟୋଦଶ ନିଯୁକ୍ତି ମେଳାରେ ୩ ବିଭାଗରେ ୫୯୧ ଜଣଙ୍କୁ ନିଯୁକ୍ତି ମିଳିଥିବାବେଳେ ୫ ବର୍ଷରେ ଦେଢ଼ ଲକ୍ଷ ସରକାରୀ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ। ନିଯୁକ୍ତି ବୃଦ୍ଧି ପାଇଁ ସରକାର ଏ ଦିଗରେ କାର୍ଯ୍ୟ କରୁଛନ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମ ୨ ବର୍ଷରେ ୬୫ ହଜାର ନିଯୁକ୍ତି ଦେବା ପାଇଁ ଟାର୍ଗେଟ୍‌ ରଖାଯାଇଛି।

Leave A Reply

Your email address will not be published.