ବିଧାନସଭାରେ ପାରିତ ହେଲା ନାଗରିକ ସଂହିତା ବିଲ୍

0

ନୂଆଦିଲ୍ଲୀ (ଆମ ଟିଭି): ଜାରି ରହିଛି ରାଜ୍ୟସଭାର ଶୀତ ଅଧିବେଶନ । ଏହାରି ଭିତରେ ରାଜ୍ୟସଭାରେ ଆଗତ ହୋଇଛି ସମାନ ନାଗରିକ ସଂହିତା ବିଲ ବା ୟୁନିଫର୍ମ ସିଭିଲ କୋଡ୍ ବିଲ୍ । ସଂସଦରେ ଏହି ବିଲକୁ ବିଜେପି ସାଂସଦ କିରୋଡି ଲାଲ ମୀନା ପ୍ରାଇଭେଟ ମେମ୍ବଲ ବିଲ ଜରିଆରେ ଆଗତ କରିଛନ୍ତି । ଅର୍ଥାତ୍ କେନ୍ଦ୍ର ସରକାରଙ୍କ ପକ୍ଷରୁ ୟୁନିଫର୍ସନ ସିଭିଲ କୋଡ ବିଲ ଆଗତ କରାଯାଇ ନାହିଁ । କିନ୍ତୁ ସଂସଦରେ ସରକାର ସମର୍ଥନ କରିଛନ୍ତି । ଏହି ବିଲକୁ ନେଇ ରାଜ୍ୟସଭାରେ ବିରୋଧୀ ଦଳମାନେ ଜୋରଦାର ପ୍ରତିବାଦ କରିବା ସତ୍ୱେ ବିଲ ରାଜ୍ୟ ସଭାରେ ଉପସ୍ଥାପନ କରାଯାଇଛି ।

ବ୍ୟକ୍ତିଗତ ଆଇନଗୁଡିକୁ ରଦ୍ଦ କରି ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ପ୍ରକାର ନିୟମ ଆଣିବାକୁ ଏହି ବିଲରେ ବ୍ୟବସ୍ଥା ରହିଛି । ଏହା ସମ୍ବିଧାନର ମୂଳଭାବନାକୁ ଆଘାତ ଦେବା ସହ ଦେଶର ଏକତା ଓ ଧର୍ମ ନିରପେକ୍ଷତାକୁ ବିପଦରେ ପକାଇବ କହି ପ୍ରତିବାଦ କରିଥିଲେ ବିରୋଧୀ ଦଳ । କଂଗ୍ରେସ, ଆରଜେଡି, ସିପିଆଇ, ସିପିଏମ, ଓ ଟିଏମସି ସାଂସଦମାନେ ରାଜ୍ୟସଭାରେ ହଟ୍ଟଗୋଳ କରିଥିଲେ । ଏହାପରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ବିରୋଧୀ ଦଳଙ୍କ ଦାବିକୁ ନେଇ ମତ ବିଭାଜନ କରାଇଥିଲେ । ବିଲ ଆଗତ ବିପ କ୍ଷରେ ୨୩ ଖଣ୍ଡ ଭୋଟ ପଡିଥିବା ବେଳେ ସପ କ୍ଷରେ ପଡିଥିଲା ୬୩ ଭୋଟ ।

Leave A Reply

Your email address will not be published.