ଜଙ୍ଗଲକୁ ଡାକି ନେଇ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା

0

ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା।ଉଗ୍ରବାଦୀଙ୍କ ଗୁଳିରେ କଂଗ୍ରେସ ନେତାଙ୍କୁ ମୃତ୍ୟୁ । ବ୍ୟକ୍ତିଗତ କାର୍ୟ୍ୟରେ ତିରାପ ଜିଲ୍ଲା ଅନ୍ତର୍ଗତ ଗୋଟାଏ ଗାଁକୁ ଯାଇଥିବା ବେଳେ ଅରୁଣାଚଳ ପ୍ରଦେଶର ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କର ଜଣେ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଗୁଳି ଚୋଟରେ ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଘଟଣାଟି ମିୟାଁମାର ସୀମାକୁ ଲାଗିଥିବା ରାହୋ ଗ୍ରାମରେ ଅପରାହ୍ଣ ପ୍ରାୟ ୩ଟା ବେଳେ ଘଟିଛି। ତିରାପ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରାହୁଲ୍‌ ଗୁପ୍ତା କହିଛନ୍ତି, ୩ଜଣ ସହଯୋଗୀଙ୍କ ସହିତ ବ୍ୟକ୍ତିଗତ କାର୍ୟ୍ୟରେ ସେ‌ ଗାଁ’କୁ ଯାଇଥିବା ପୂର୍ବତନ କଂଗ୍ରେସ ବିଧାୟକ ୟୁମସେନ୍‌ ମାଟେଙ୍କୁ କେହି ଜଣେ କୌଣସି ବାହାନା ଦେଖାଇ ଜଙ୍ଗଲିଆ ଅଞ୍ଚଳକୁ ନେଇଯିବା ପରେ ତାଙ୍କ ଉପରକୁ ଗୁଳି ଚଳାଇଲେ।

Leave A Reply

Your email address will not be published.