ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, ଫାଶୀ ଦଣ୍ଡ ଆଇନ ଆସିବାରୁ ଦୁଷ୍କର୍ମ ବଢିଛି

0

ନୂଆଦିଲ୍ଲୀ(ଆମ ଟିଭି): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ଦୁଷ୍କର୍ମ ଉପରେ ଦେଇଥିବା ବୟାନକୁ ନେଇ ଏବେ ରାଜନୀତି ଜୋର ଧରିଛି। ସେ କହିଥିଲେ କି ଯେବେଠାରୁ ଦୁଷ୍କର୍ମ ଅଭିଯୁକ୍ତଙ୍କ ପାଇଁ ଫାଶୀ ଦଣ୍ଡାଦେଶ ଆସିଲା ତା ପରେ ଦୁଷ୍କର୍ମ ଓ ଯୌନ ଉତ୍ପୀଡନ ମାମଲାରେ ହତ୍ୟା ବଢିଛି । ଗେହଲଟଙ୍କ ଏଭଳି ବୟାନ ପରେ ବେଜେପି ନେତାମାନେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କହିରଖୁ କି ଶୁକ୍ରବାର ଦିନ କଂଗ୍ରେସ ପକ୍ଷରୁ ଦରବୃଦ୍ଧିକୁ ନେଇ କରାଯାଉଥିବା ପ୍ରଦର୍ଶନ ବେଳେ ଏଭଳି ମନ୍ତବ୍ୟ ଦେଇଥିଲେ । ଦିଲ୍ଲୀ ମହିଳା ଆୟୋଗର ପ୍ରମୁଖ ସ୍ୱାତୀ ଜୟହିନ୍ଦ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହୁଛନ୍ତି କି ‘ନିର୍ଭୟା କାଣ୍ଡ ପରେ ଦୋଷୀମାନଙ୍କୁ ଫାଶୀ ଦିଆଯାଇଥିଲା, ହେଲେ ଏହାପରେ ଦୁଷ୍କର୍ମକାରୀମାନେ ଦୁଷ୍କର୍ମ ପରେ ହତ୍ୟା କରିବା ମାମଲା ବୃଦ୍ଧି ପାଇଛି , ଏହାସହ ସେ କହିଛନ୍ତି କି ଦୁଷ୍କର୍ମକାରୀମାନେ ସେମାନଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବାକୁ ଏଭଳି କରୁଛନ୍ତି । ’ ଏହା ଏକ ବିପଦଜନକ ପ୍ରବୃତ୍ତି ବୋଲି ଅଶୋକ ଗେହଲଟ କହିଛନ୍ତି ।

ସେପଟେ ବିରୋଧୀଦଳମାନେ ଅଶୋକ ବୟାନକୁ ନେଇ ଟାର୍ଗେଟ କରିବା ପରେ ଏହା ଉପରେ ସଫେଇ ଦେଇଛନ୍ତି ଗେହଲଟ । ସେ କହିଛନ୍ତି କି, ବଳାକ୍ରାରୀଙ୍କୁ ଲାଗୁଛି କି ପୀଡିତା ସେମାନଙ୍କ ବିରୋଧରେ ସାକ୍ଷୀ ହୋଇପାରେ । ଫଳରେ ସେମାନେ ପୀଡିତାଙ୍କୁ ହତ୍ୟାକରି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଥିବା କଥା ଅଶୋକ ଗେହଲଟ କହିଛନ୍ତି । ଗେହଲଟଙ୍କ ଏଭଳି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରବକ୍ତା ଶାହାଜାଦ ପୁନାୱାଲା । ଏହି ବୟାନ ପରେ କାହିଁକି ପ୍ରିୟଙ୍କା ଗାନ୍ଧୀ ଚୁପ୍ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.