ରଙ୍ଗର ପର୍ବରେ ରଙ୍ଗୀନ୍ ହେଲା ଦେଶ: ଶୁଭକାମନା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲି। ଆନନ୍ଦ ଉଲ୍ଲାସର ସହ ହୋଲି ପର୍ବକୁ ପାଳନ କରିବା ଲାଗି ସବୁଠି ବ୍ୟାପକ ଆୟୋଜନ କରାଯାଇଛି। ଗାଁଠୁ ସହର ସବୁଠି ଆରମ୍ଭ ହେଲାଣି ହୋଲି ସେଲିବ୍ରେସନ୍। ଏହି ଅବସରରେ ଦେଶବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ଏକ୍ସରେ ହୋଲିର ଶୁଭେଚ୍ଛା ଶୁଭକାମନା ଜଣାଇ କହିଛନ୍ତି ଆନନ୍ଦର ଏହି ପର୍ବ ଏକତା, ପ୍ରେମ ଏବଂ ସଦଭାବନାର ବାର୍ତ୍ତା ଦିଏ। ଏହି ପର୍ବ ଭାରତର ମୂଲ୍ୟବାନ୍ ସାଂସ୍କୃତିକ ଐତିହ୍ୟର ପ୍ରତୀକ ମଧ୍ୟ। ଏହି ପବିତ୍ର ପର୍ବ ଅବସରରେ ଆମେ ସମସ୍ତେ ସମୃଦ୍ଧି ଏବଂ ଖୁସିର ରଙ୍ଗ ଆଣିବା ପାଇଁ ପ୍ରତିଜ୍ଞା କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ହୋଲି ର ଶୁଭକାମନା ଜଣାଇଛନ୍ତି।

Leave A Reply

Your email address will not be published.