ହାତୀ ମୃତ୍ୟୁକୁ ନେଇ ଇଦବେଗ ପ୍ରକାଶ କଲେ ଆଇକୋର୍ଟ

0

କଟକ: ହାତୀ ମୃତ୍ୟୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଉଦବେଗ ପ୍ରକାଶ କରିଛନ୍ତି। ଜଏଣ୍ଟ ଟାସ୍କ ଫୋର୍ସ ରିପୋର୍ଟ ଉପରେ ଉଦବେଗ ପ୍ରକାଶ କରିବା ସହ ଆଗାମୀ ୨ ମାସ ଭିତରେ ଜଙ୍ଗଲରେ ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ସୌରଶକ୍ତି ଚାଳିତ ବିଦ୍ୟୁତ ବ୍ୟବହାର ପାଇଁ ବି ପରାମର୍ଶ ଦେଇଛନ୍ତି।
ଗତ ଦୁଇ ମାସରେ ୧୪ ହାତୀ ଆକ୍ରମଣରେ ୨୦ ମଣିଷ ମରିଛନ୍ତି।

ଏଣେ ବିଦ୍ୟୁତ୍ ଆଘାତରେ ୪ ହାତୀଙ୍କ ମୃତ୍ୟୁ ହୋଇଛି ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଶୁଣାଣି ବେଳେ ସ୍ପଷ୍ଟ ହୋଇଛି। ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ରୋକିବାକୁ ଏକ ସପ୍ତାହ ଭିତରେ ଚାରି ବିଦ୍ୟୁତ୍ ବିତରଣ କମ୍ପାନିର ସିଇଓ ମିଟିଂ କରିବେ। ଜଏଣ୍ଟ ଟାସ୍କ ଫୋର୍ସ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ନିର୍ଦ୍ଦିଷ୍ଟ ଅବଧି ଭିତରେ ପଦକ୍ଷେପ ପ୍ରସଙ୍ଗରେ ପଦକ୍ଷେପ ନେଇ ନିଷ୍ପତ୍ତି ନେବେ। କରାଯାଇଥିବା ଆକ୍ସନ ପ୍ଲାନର ଅଗ୍ରଗତି ସମ୍ପର୍କରେ ଜଏଣ୍ଟ ଟାସ୍କ ଫୋର୍ସ ଫୋର୍ସ ଅଧ୍ୟକ୍ଷ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.