ଜ୍ଞାନବ୍ୟାପି ମସଜିଦ ପାଇଁ ଏମିତି ରାୟ ଦେଲେ କୋର୍ଟ

0

ପ୍ରୟାଗରାଜ: ଜ୍ଞାନବାପି ମସଜିଦ ପରିସରରେ ହେବାକୁ ଥିବା ଏଏସଆଇ ସର୍ଭେ ଉପରେ ସୁପ୍ରିମକୋର୍ଟ ଲଗାଇଥିବା ସ୍ଥଗିତାଦେଶ ଆଜି ଶେଷ ହେଉଥିବାବେଳେ ଆହ୍ଲାବାଦ ହାଇକୋର୍ଟ ଏହି ସମୟକୁ ଆସନ୍ତା କାଲି ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଗୁରୁବାର କୋର୍ଟ ଏହି ମାମଲାର ପୁନର୍ବାର ଶୁଣାଣି କରିବେ । ହାଇକୋର୍ଟର ମୁଖ୍ୟ ବିଚାରପକି ପ୍ରିତିଙ୍କର ଦିଓ୍ବାକରଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି ।

ଶୁଣାଣି ସମୟରେ ଏଏସଆଇର ଜଣେ ଅଧିକାରୀ ହାଇକୋର୍ଟଙ୍କୁ କହିଥିଲେ ଯେ ଜୁଲାଇ ୨୪ ତାରିଖ ସକାଳ ୯ଟାରେ ଆମେ ସର୍ଭେ ଆରମ୍ଭ କରିଥିଲୁ। ସର୍ବେକ୍ଷଣ ଆରମ୍ଭ ହୋଇଥିଲା ଏବଂ ପରେ ସ୍ଥଗିତାଦେଶ ଜାରି କରାଯାଇଥିଲା। ଏହା ଉପରେ ହାଇକୋର୍ଟ ପଚାରିଥିଲେ ସର୍ଭେ କରିବା ପାଇଁ ଆଉ କେତେ ସମୟ ଦରକାର? ଏଥିପାଇଁ କେତେ ସମୟ ଲାଗିବ ତାହା ଜଣାପଡ଼ିନାହିଁ ବୋଲି ଏଏସଆଇ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.